www.samajalive.in
Sunday, December 7, 2025
14.1 C
Bhubaneswar

କଇଥଖୋଲାରେ ବିଜେଡିର ନୂତନ ଅଫିସ ଉଦଘାଟିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲାଠାରେ ବିଜୁ ଜନତା ଦଳର ନୂତନ ଅଫିସ ଗୃହ ଉଦଘାଟିତ ହୋଇଯାଇଛି। ଏହି ଅଫିସ ଉଦଘାଟନ ଉତ୍ସବ ଏବଂ ହୋଇଥିବା ସଭାରେ ବିଜୁ ଜନତା ଦଳର କଇଥଖୋଲା ପଂଚାୟତର ସଭାପତି ବନବିହାରୀ ମାଇତି ଯୋଗ ଦେଇ ଆଗାମୀ ଦିନରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରିବା ସହ କଇଥଖୋଲା ପଂଚାୟତରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ଆଶୁ ସମାଧାନ ପାଇଁ ସେ ବଦ୍ଧ ପରିକର ବୋଲି କହିଥିଲେ। ଏଥିସହ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ କୌଣସି ତାରିଖ ସ୍ଥିରୀକୃତ ହୋଇ ନଥିବା ବେଳେ ସାଧାରଣ ଜନତା ଆଜି ଭଳି ଦିନରେ ବିଜୁ ବାବୁଙ୍କ ଶ୍ରଦ୍ଧାକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ହାତ ମୁଠାକୁ ଟାଣ କରିବା ସହ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟଙ୍କ ନିର୍ଦେଶରେ ଏହା ଏକ ନୂତନ ପ୍ରୟାଶ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଆଜି ହୋଇଥିବା ଏହି ଉତ୍ସବରେ ସେକ ମାଲିକ, ସେକ ବାଖର ଅଲ୍ଲି, ଅପୂର୍ବ ପଟନାୟକ, ଅମୂଲ୍ୟ ବେହେରା, ବିନୋଦ ମାଇତି, ଦେବ କୁମାର ପଣ୍ଡିତ, ନଳ କୁମାର ପାତ୍ର, ବଦ୍ରୁଲ ଅଲ୍ଲି ଖାଁ, ଗୋକୁଳା ନନ୍ଦ ବାରିକ, ଅଲୟ କୁମାର ମାଇତି, ଅଚିନ୍ତ ଗିରି, ରାଜିବ ଗିରି, ସୁଶୋଭନ ଧାଡାଙ୍କ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories