www.samajalive.in
Sunday, December 7, 2025
23.1 C
Bhubaneswar

ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ୱାମୀ,ସ୍ତ୍ରୀ ସହ ୩ ମୃତ

ଅନୁଗୁଳ : ଅନୁଗୁଳରେ ଶନିବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଣାରେ ଅଟୋ-କାର ମୁହାମୁହିଁ ଧକ୍କା ହୋଇ ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ରହିଛନ୍ତି । ମୃତକ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ଅଟୋ ଚାଳକ ରହିଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

ସୂଚାନୁଯାୟୀ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଣ୍ଡହତା ବ୍ରିଜ ନିକଟରେ ଏହି ଅଟୋ-କାର ମୁହାମୁହିଁ ଧକ୍କା ହୋଇଛି। ମୃତକ ମାନେ ହେଲେ ବଂଶୀଧର ସେଠି, କମଳା ସେଠି ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲି (୩୦) ଓ ଗୁରୁତର ମାନେ ହେଲେ ସୁନିତା ସେଠି (୩୦), ପୁଅ ଶ୍ରୀ ସାଇ ସେଠି (୧୨),ବିଶ୍ୱଜିତ୍ । ବାଲିମି ଥାନା ଅନ୍ତର୍ଗତ କାରନ୍ଦା ଅଞ୍ଚଳର ବଂଶୀଧର ସେଠିଙ୍କ ଦେହ ଖରାପ ହେବାରୁ ଅନୁଗୁଳ ଚିକିତ୍ସାଳୟକୁ ଏକ ଅଟୋ ଯୋଗେ ବଂଶୀଧରଙ୍କ ସ୍ତ୍ରୀ କମଳା ସେଠି, ବୋହୂ ସୁନିତା ସେଠି ଏବଂ ପୁଅ ଶ୍ରୀ ସାଇ ସେଠିକୁ ନେଇ ଚିକିତ୍ସାଳୟକୁ ଆସିଥିଲେ। ପରେ ବଂଶୀଧରଙ୍କ ସମୁଦି ଘର ତୁରଙ୍ଗ ଗ୍ରାମକୁ ଯାଇଥିଲେ। ସେଠାରେ ଖାଇ ସାରି ଅଟୋ ଯୋଗେ କାରନ୍ଦା ଗ୍ରାମକୁ ଫେରୁଥିବା ବେଳେ ନରସିଂହପୁର ଅଞ୍ଚଳରୁ ଆସୁଥିବା ଏକ କାର ସହ ଧକ୍କା ହୋଇଥିଲା। ଅଟୋ- କାର ରାସ୍ତା କଡରେ ଥିବା ବିଲ ଭିତରକୁ ପଶିଯାଇଥିଲା। ଦୁର୍ଘଟଣା ଏପରି ଥିଲା ଯେ ଅଟୋଟି କାର ତଳେ ଚାପି ହୋଇ ରହି ଯାଇଥିଲା। ଏହି ଦୁର୍ଘଟଣାରେ ଅଟୋରେ ଯାଉଥିବା ବଂଶୀଧର ସେଠି, ସ୍ତ୍ରୀ କମଳା ସେଠି, ଏବଂ ଅଟୋ ଚାଳକ ମଣ୍ଟୁ ମୁଦୁଲିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ବୋହୂ ସୁନିତା ସେଠି ଏବଂ ଶ୍ରି ସାଇ ସେଠି ଗୁରୁତର ହୋଇଥିଲେ। ଏ ପଟେ କାର ମାଲିକ ଗୁରୁତର ଥିବା ବେଳେ କାର ଚାଳକଙ୍କର କୌଣସି ଖବର୍ ମିଳିନାହିଁ। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚି ସମସ୍ତ ମୃତ ଏବଂ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ସଦର ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

ଗଣେଶ ଭସାଣି ବେଳେ ହୃଦଘାତରେ ଜଣଙ୍କର ମୃତ୍ୟୁ 

- Advertisement -

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories