www.samajalive.in
Sunday, December 7, 2025
26.1 C
Bhubaneswar

ଏହି ୪ଟି ମିଠା ଥିଲା ନେତାଜୀଙ୍କର ଖୁବ୍ ପସନ୍ଦ

ଅଗ୍ରଗଣ୍ୟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକସ୍ଥିତ ଓଡ଼ିଆ ବଜାରର ଏକ ବେଙ୍ଗଲୀ ପରିବାରରେ ହୋଇଥିଲା। ଯେହେତୁ ସେ ବେଙ୍ଗଲୀ ଥିଲେ, ତେଣୁ ତାଙ୍କୁ ମିଠା ଖାଇବାକୁ ବହୁତ ପସନ୍ଦ କରୁଥିଲେ। ତାଙ୍କ ମନ ପସନ୍ଦ ମିଠା ମଧ୍ୟରୁ ରସଗୁଲା, ମଲାଇ ଚମଚମ, ପୀଠାପୁଳି ଏବଂ ସନ୍ଦେଶ ହେଉଛି ଅନ୍ୟତମ। ନେତାଜୀଙ୍କ ଏହି ମନ ପସନ୍ଦ ମିଠାଗୁଡିକ ଆଜି ଭାରତର କୋଣ ଅନୁକୋଣରେ ପ୍ରସିଦ୍ଧ ଲାଭ କରିଛି।

ରସଗୁଲା: କାହାକୁ ବା ପସନ୍ଦ ନୁହେଁ ଏହି ମିଠା। ରସଗୁଲା ନାମ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସିଯାଏ। ରାସଗୁଲା ବିବାଦରେ ଯଦିଓ ପଶ୍ଚିମବଙ୍ଗ ଆଗରେ ଥିଲା କିନ୍ତୁ ପରେ ଓଡିଶାକୁ ମଧ୍ୟ ଜିଆଇ ମାନ୍ୟତା ମିଳିଥିଲା। ପୂର୍ବରୁ ଏହି ମିଠାକୁ ଛେନାରୁ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀରେ ଏବେ ନୂଆ ଉପାୟ ଆପଣା ଯାଉଛି।

- Advertisement -

ମଲାଇ ଚମଚମ୍: ବେଙ୍ଗଲୀ ସମ୍ପ୍ରଦାୟର ଏହା ହେଉଛି ପାରମ୍ପରିକ ମିଠା। ଏହାକୁ ମଧ୍ୟ ରସଗୁଲା ପରି ଛେନାରେ ପ୍ରସ୍ତୁତ କରାଯାଏ। କିନ୍ତୁ ରସଗୁଲା ପୁଟାଇବା(ବଏଲ୍) ପରେ, ଏହାକୁ ମଝିରୁ ଦୁଇ ଫାଳ କରି କାଟି ସେଥିରେ ଷ୍ଟଫିଙ୍ଗ ଭରା ଯାଏ। ପରେ ଏହା ଉପରେ ମଲାଇ ପକାଯାଇ ଗାନିସିଂ କରାଯାଏ।

ପିଠାପୁଳି: ଏହା ଏକ ପ୍ରକାରର ପିଠା। ଯାହା ମଧ୍ୟରେ ନଡିଆ ପୁର ଷ୍ଟଫିଙ୍ଗ ଦିଆଯାଏ। ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଛି।

ସନ୍ଦେଶ: ସନ୍ଦେଶ ପଶ୍ଚିମବଙ୍ଗରେ ପ୍ରସିଦ୍ଧ ମିଠା। ପଶ୍ଚିମବଙ୍ଗର ଏହି ମିଠା ଦେଶର କୋଣ ଅନୁକୋଣରେ ଲୋକଙ୍କ ମନପସନ୍ଦ ମିଠା ହୋଇ ରହିଛି। ବେଙ୍ଗଲୀମାନେ ଏହି ମିଠାକୁ ‘ସୋନ୍ଦେଶ’ ବୋଲି ଉଚ୍ଚାରଣ କରନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories