କାଠମାଣ୍ଡୁ : ପଶ୍ଚିମ ନେପାଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଗଭୀର ଦୁଃଖ ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି। ଭୂକମ୍ପ ଯୋଗୁଁ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ କରି କହିଛନ୍ତି, ଶୁକ୍ରବାର ରାତି ୧୧ଟା ୪୭ ସମୟରେ ଜାଜରକୋର୍ଟରେ ଅନୁଭୂତ ହୋଇଥିବା ଭୂକମ୍ପରେ ଅତ୍ୟନ୍ତ ମର୍ମାହତ। ବତ୍ତର୍ମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଭଙ୍ଗାରୁଜା ଅଂଶ ତଳେ ଲୋକେ ଦବି ରହିଥିବା ଅନୁମାନ କରାଯାଉଛି। ଏଯାଏଁ ପ୍ରାୟ ୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି।
ସୂଚନା ଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ନେପାଳରେ ଅନୁଭୂତ ୬.୪ ତୀବ୍ରତା ବିଶିଷ୍ଟ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦବି ରହିଥିବା ଅନୁମାନ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି।
ନେପାଳ ଭୂକମ୍ପ ; କ୍ଷତିଗ୍ରସ୍ତ ଅଞ୍ଚଳକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ..
Popular Categories



