www.samajalive.in
Sunday, December 7, 2025
14.1 C
Bhubaneswar

ଉପରାଷ୍ଟ୍ରପତି ନିର୍ବାଚନ: ଏନଡିଏରୁ ସି.ପି ରାଧାକୃଷ୍ଣନଙ୍କ ପରେ ଏବେ ବିରୋଧୀ ପ୍ରାର୍ଥୀ କିଏ ?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଉଷ୍ମ ହୋଇଛି । ସେପ୍ଟେମ୍ବର ୯ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଏନଡିଏ ତା’ର ପ୍ରାର୍ଥୀ ଭାବେ ମହାରାଷ୍ଟ୍ରର ରାଜ୍ୟପାଳ ସି.ପି ରାଧାକୃଷ୍ଣନଙ୍କ ନାମ ଘୋଷଣା କରିସାରିଥିବା ବେଳେ ଏବେ ବିରୋଧୀରୁ କିଏ ପ୍ରାର୍ଥୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିରୋଧୀ ଦଳ ଏପର୍ଯ୍ୟନ୍ତ ସେମାନଙ୍କର କାର୍ଡ ଖେଳିନାହାଁନ୍ତି ।

ସି.ପି ରାଧାକୃଷ୍ଣନ ମୂଳତଃ ତାମିଲନାଡୁର, ଦୀର୍ଘ ସମୟ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ଅଛନ୍ତି । ସେ ଦୁଇ ଥର ଲୋକସଭା ସାଂସଦ ମଧ୍ୟ ରହିଛନ୍ତି । ରାଧାକୃଷ୍ଣନଙ୍କ ନାମ ଘୋଷଣା ପରେ, ଏବେ ସମସ୍ତଙ୍କ ନଜର ବିରୋଧୀ ଦଳ ଉପରେ ରହିଛି ଯେ ସେମାନେ କେଉଁ ରଣନୀତି କରୁଛନ୍ତି ଏବଂ କାହାକୁ ପ୍ରାର୍ଥୀ ଘୋଷଣା କରିବେ । ମିଳିଥିବା ସୂଚନା ଅନୁସାରେ ଆଜି ସଂସଦ ଭବନ ପରିସରରେ ବିରୋଧୀ ଦଳଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରାର୍ଥୀଙ୍କ ନାମ ଉପରେ ଇଣ୍ଡି ମେଣ୍ଟଠାରୁ ମତାମତ ଲୋଡିବେ । ଖଡଗେଙ୍କ ସହ ପ୍ରାରମ୍ଭିକ ବୈଠକରେ ଇଣ୍ଡି ମେଣ୍ଟର କିଛି ଦଳ କହିଥିଲେ ଯେ ସେମାନଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେବା ଉଚିତ୍‍ ନୁହେଁ । କାରଣ ବିହାର ନିର୍ବାଚନ ଆଗକୁ ଅଛି । ଏପରି ପରିସ୍ଥିତିରେ ଯଦି ଶାସକ ଦଳ ନିର୍ବାଚନରେ କ୍ରସ୍‍ ଭୋଟିଂ କରାଇ ନିଜର ସଂଖ୍ୟା ବୃଦ୍ଧି କରିବେ, ତେବେ ଏହା ବିହାରର ଭୋଟରମାନଙ୍କ ଉପରେ ମାନସିକ ପ୍ରଭାବ ପକାଇପାରେ ।

- Advertisement -

ଯଦି ଆବଶ୍ୟକ ହୁଏ, ତେବେ ଏହି ପ୍ରସଙ୍ଗ ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରାଯିବ । ସୂଚନା ଅନୁସାରେ ରାହୁଲ ଗାନ୍ଧୀ ୧୯ ଅଗଷ୍ଟରେ ଦିଲ୍ଲୀ ଫେରିବେ ଏବଂ ୨୧ରେ ବିହାର ଯିବେ । ଏହି ସମୟ ମଧ୍ୟରେ ଯଦି ସମସ୍ତ ଦଳ ମଧ୍ୟରେ ସହମତି ହୁଏ, ତେବେ ବିରୋଧୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଅର୍ଥାତ୍‍ ଏନଡିଏର ନାମ ସ୍ପଷ୍ଟ ହୋଇଥିବା ବେଳେ ବିରୋଧୀ କିନ୍ତୁ କାର୍ଡ ଖେଳିନାହାଁନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories