www.samajalive.in
Sunday, December 7, 2025
23.1 C
Bhubaneswar

ଘୂର୍ଣ୍ଣିଝଡ଼ “ତଉକତେ”ର ମୁକାବିଲା ପାଇଁ ଏନସିଏମସି ବୈଠକ : ସହାୟତା ଲାଗି ୩ ବାହିନୀ ପ୍ରସ୍ତୁତ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା “ତଉକତେ” ଘୂର୍ଣ୍ଣିଝଡ଼ର ମୁକାବିଲା କରିବାପାଇଁ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି)ର ଅଧ୍ୟକ୍ଷ କ୍ୟାବିନେଟ୍‍ ସଚିବ ରାଜୀବ ଗୌବା କେନ୍ଦ୍ର ଓ ରାଜ୍ୟ ମନ୍ତ୍ରଣାଳୟଗୁଡ଼ିକ ସହ ସମୀକ୍ଷା କରିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଘୂର୍ଣ୍ଣବାତ୍ୟା ସଂକ୍ରାନ୍ତରେ ସବିଶେଷ ସୂଚନା ଦେବାକୁ ଯାଇ କହିଛନ୍ତି, ଆସନ୍ତା ମଙ୍ଗଳବାର ଦିନ ସକାଳେ ଏହା ଗୁଜରାଟ ଉପକୂଳରେ ପହଞ୍ଚିବ। ସେହି ସମୟରେ ୧୫୦ରୁ ୧୬୦ କିଲୋମିଟର୍‍ ବେଗରେ ପବନ ବହିବା ସଙ୍ଗେ ସଙ୍ଗେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବାତ୍ୟାରେ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟଗୁଡ଼ିକର ମୁଖ୍ୟ ସଚିବମାନଙ୍କ ସହ ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। ରାଜ୍ୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସାଙ୍ଗକୁ ବିଦ୍ୟୁତ୍‍ ଓ ଟେଲିଫୋନ୍‍ ସେବାକୁ ବଜାୟ ରଖିବା ଦିଗରେ ପ୍ରୟାସ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି।
ଜାତୀୟ ବିପର୍ୟ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ) ପକ୍ଷରୁ ପକ୍ଷରୁ ୭୯ଟି ଟିମ୍‍କୁ ମୁତୟନ କରାଯାଇଥିବାବେଳେ ୨୨ଟି ଟିମ୍‍କୁ ସଜାଗ ରଖାଯାଇଛି। ସେମାନଙ୍କ ନିକଟରେ ବୋଟ, ଗଛକଟା ଯନ୍ତ୍ର, ଟେଲିକମ୍ ଉପକରଣ ଆଦି ମହଜୁଦ ରଖାଯାଇଛି। ସେନା ବାହିନୀ, ନୌବାହିନୀ ଓ ଉପକୂଳରକ୍ଷୀ ବାହିନୀର ଉଦ୍ଧାରକାରୀ ରିଲିଫ୍‍ ଟିମ୍‍ ଗୁଡ଼ିକୁ ଡଙ୍ଗା, ବିମାନ ଓ ଜାହାଜ ସହ ସଜାଗ ରଖାଯାଇଛି। ଲୋକମାନଙ୍କୁ ନିରାପଦ ସ୍ଥାନକୁ ନେବାଲାଗି ବିଶେଷ ଧ୍ୟାନ ଦେବାକୁ ଶ୍ରୀ ଗୌବା ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories