www.samajalive.in
Sunday, December 7, 2025
14.1 C
Bhubaneswar

ରାଜନୀତି ପାଇଁ କରିଥିଲେ ହତ୍ୟା – ଏବେ ଜେଲ୍‌ର କାଳ କୋଠରୀରେ ବିତିବ ସାରା ଜୀବନ

ନୟାଗଡ଼଼, (ଆ.ପ୍ର/ଆପ୍ର): ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ପୁଲିସରେ ଅଭିଯୋଗ ହୋଇଥିଲା। ଏହି ମାମଲାର ରାୟ  ନୟାଗଡ଼଼ ଜିଲା ଦୈରାଜଜ ରୂପଶ୍ରୀ ଚୌଧୁରୀ ପ୍ରଦାନ କରିଛନ୍ତି। ମାମଲାରେ ଥିବା ୭ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଅଦାଲତ ରାୟ ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ନକୁଳ ବାଣ୍ଠଙ୍କୁ ୨୦୧୬ ଫେବୃଆରୀ ୧୩ରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିଲା। ନକୁଳ ନିଜ ଗ୍ରାମ ଖଇରପଟି ବାଲୁଙ୍କେଶ୍ୱର ମହାଦେବଙ୍କ ପୀଠରେ ଅାୟୋଜିତ ମାଘ ସପ୍ତମୀ ଯାତ୍ରାରେ ଦୋକାନ କରିବାକୁ ମନସ୍ଥ କରିଥିଲେ। ଦୋକାନ ପାଇଁ ସେ ଇଟାମାଟି ବଜାରରୁ ସଉଦାପତ୍ର କିଣି ଅପରାହ୍ଣରେ ବାଇକ୍ ଯୋଗେ ଶଙ୍ଖେଇ-କେସ୍ତପଡ଼ା ରାସ୍ତା ଦେଇ ଗ୍ରାମକୁ ଫେରୁଥିଲେ। ତେବେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ଯୋଜନା ଅନୁଯାୟୀ କେସ୍ତପଡ଼ା ଛକ ନିକଟରେ ଅସ୍ତ୍ରଶସ୍ତ୍ର ଧରି ଦୁର୍ବୃତ୍ତମାନେ ଅପେକ୍ଷା କରି ରହିଥିଲେ। ସେହି ବାଟ ଦେଇ ନକୁଳ ଆସିବା ମାତ୍ରେ ତାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କର ଆଖି ତାଡ଼ି ଦେଇ ପଳାଇ ଯାଇଥିଲେ। ଘଟଣାସ୍ଥଳରେ ନକୁଳଙ୍କ ମୃତ୍ୟୁ ଘଟିଥିଲା। ରାଜନୈତିକ ଶତ୍ରୁତା ଯୋଗୁଁ ସ୍ୱାମୀଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ।

- Advertisement -

ପୁଲିସ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତଙ୍କ ନାମରେ କୋର୍ଟକୁ ଚାର୍ଜସିଟ୍ ପଠାଇଥିଲା। ଏହି ମାମଲାର ବିଚାର କରି ଦୌରାଜଜ ଶ୍ରୀମତୀ ରାୟ ଖଇରପଟି ଗ୍ରାମର ବସନ୍ତ କୁମାର ସିଠ, ଶୁକଦେବ ରାଉତ, ସୁଧାଂଶୁ ରାଉତ, ଶେଷଦେବ ନାୟକ, ପ୍ରକାଶ ପରିଡ଼ା, ଭଗବାନ ଦଳବେହେରା ଏବଂ କେନ୍ଦୁଢିପି ଗ୍ରାମର ଧ୍ରୁବଚରଣ ଜେନାଙ୍କୁ ଆଜୀବନ କାରାଦଣ୍ଡଦେଶ ସହିତ ୧୦ହଜାର ଟଙ୍କା ଜୋରିମାନାର ରାୟ ଶୁଣାଇଛନ୍ତି। ପୁଲିସ ପକ୍ଷରୁ ସରକାରୀ ଓକିଲ (ପବ୍ଲିକ ପ୍ରସିକ୍ୟୁଟର) ବିଷ୍ଣୁପ୍ରସନ୍ନ ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories