www.samajalive.in
Sunday, December 7, 2025
18.1 C
Bhubaneswar

ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ

ନୟାଗଡ: ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁରେ ଝାଡାବାନ୍ତି ବ୍ୟାପୁଥିବାବେଳେ ଆଶାକର୍ମୀ ଟୁନି ମହାପାତ୍ର ଆଜି ସକାଳେ ଗାଁ ଲୋକଙ୍କୁ ଔଷଧ କରି ଫେରୁଥିଲେ। ଏତିକିବେଳେ ଗାଁର କିଛି ଅସାମାଜିକ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଗାଳିଗୁଲଜ କରିଥିଲେ। କିନ୍ତୁ ଟୁନି ଏହାକୁ ବାରଣ କରିବାରୁ ସେମାନେ ଗାଁ ଦାଣ୍ଡରେ ତାଙ୍କୁ ଅସଦାଚରଣ କରିଥିଲେ। ସେପଟେ ଏହି ସମୟରେ ଗାଁର ମାୟାଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଶା କର୍ମୀ ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁବାରୁ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ମାୟାଧର ଏବଂ ଟୁନିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories