ପୁଣି ମାତିଲେ ନକ୍ସଲ୍‍: ବିସ୍ଫୋରଣରେ ୬ ଯବାନ ସହିଦ

0

ଛତିଶଗଡ଼: ସୁରକ୍ଷା ବାହିନୀ ଓ ପୁଲିସର ମିଳିତ ଅଭିଯାନ ପରେ କିଛି ଦିନ ନିରବ ରହିଥିବା ନକ୍ସଲ୍‍ ବାହିନୀ ପୁଣି ସକ୍ରିୟ ହୋଇଛନ୍ତି। ଟାର୍ଗେଟ୍‍ କରିଛନ୍ତି ସୁରକ୍ଷା ବାହିନୀଙ୍କୁ। ଛତିଶଗଡ଼ର ଦାନ୍ତେୱାଡାରେ ନକ୍ସଲ୍‍ମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ଅନ୍ୟୂନ ୬ ଜଣ ଯବାନ୍‍ ସହିଦ ହୋଇଛନ୍ତି। ଆଉ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦାନ୍ତେୱାଡାର କୋଲ୍‍ନାର ଗ୍ରାମରେ ସର୍ଚ୍ଚ ଅପରେସନ୍‍ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣରେ ଯବାନ୍‍ଙ୍କୁ ନେଇ ଆସୁଥିବା ଗାଡ଼ିଟି ଉଡ଼ି ଯାଇଥିବା ବେଳେ ୫ ଜଣ ଯବାନ ସହିଦ ହୋଇଥିଲେ। ବିସ୍ଫୋରଣରେ ଦୁଇ ଗୁରୁତର ଯବାନଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯବାନ୍‍ଙ୍କ ରାସ୍ତାରେ ମୃତ୍ୟୁ ଘଟିଥିଲା। ସହିଦମାନେ ଛତିଶଗଡ଼ ସଶସ୍ତ୍ର ବାହିନୀ ଓ ଛତିଶଗଡ଼ ଜିଲା ସୁରକ୍ଷା ବାହିନୀର ଯବାନ ବୋଲି ଜଣାପଡ଼ିଛି। ଘଟଣାସ୍ଥଳକୁ ସିଆରପିଏଫ୍‍ ବାହିନୀର ଯବାନ୍‍ମାନେ ଯାଇଛନ୍ତି।
ଏହାପୂର୍ବରୁ ମେ ପ୍ରଥମ ସପ୍ତାହରେ ଗାରିଆବନ୍ଧ ଜିଲାରେ ନକ୍ସଲ୍‍ଙ୍କ ଲ୍ୟାଣ୍ଡମାଇନ୍‍ ବିସ୍ଫୋରଣରେ ଦୁଇଜଣ ଯବାନ ସହିଦ ହୋଇଥିଲେ। ସେହିପରି ଗତ ଏପ୍ରିଲ୍‍ ୨୯ ତାରିଖରେ ଦୁଇ ଜଣ କୋବ୍ରା ବାହିନୀ ଯବାନ ନକ୍ସଲ୍‍ଙ୍କ ବିସ୍ଫୋରଣରେ ଆହତ ହୋଇଥିଲେ।

Leave A Reply