www.samajalive.in
Sunday, December 7, 2025
26.1 C
Bhubaneswar

ପରାଜୟ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି-ବିଜେଡି ସଭାପତି ନବୀନ

ଭୁବନେଶ୍ୱର : ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଶନିବାର ଗଣମାଧ୍ୟମକୁ ନିଜର ପ୍ରଥମ ପ୍ରକ୍ରିୟା ଦେଇଛନ୍ତି। ନବୀନ କହିଛନ୍ତି, ଗଣତନ୍ତ୍ରରେ ଜିତିବା ଓ ହାରିବା ନିରନ୍ତର ପ୍ରକ୍ରିୟା। ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛୁ। ପରାଜୟ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିବି। ପରାଜୟ ପାଇଁ ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଅଧିକାରୀ ଭାବେ କାମ କରି ଅବସର ନେଇ ବିଜେଡିରେ ମିଶିଥିଲେ। ସେ କୌଣସି ପଦ ପଦବୀରେ ନାହାନ୍ତି। ନିର୍ବାଚନ ଲଢି ନାହାନ୍ତି। ଦୁଇ ଦୁଇଟି ବାତ୍ୟା ମୁକାବିଲା କାମରେ ପ୍ରଂଶସନୀୟ ଅବଦାନ ରହିଛି। କୋଭିଡ ମୁକାବିଲାରେ ମଧ୍ୟ ତାଙ୍କ ଅବଦାନ ପ୍ରଶଂସନୀୟ। କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି। ରାଜ୍ୟବାସୀ ମୋ ଉତ୍ତରାଧିକାରୀ ବାଛିବେ।

ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି। ମୁଁ ପୁରା ସୁସ୍ଥ ଅଛି, ଦଳ ପାଇଁ ନିର୍ବାଚନ ପ୍ରଚାର କରିଛି। ମାସେ ଧରି ସବୁ ଜିଲା ବୁଲି ପ୍ରଚାର କରିବା ଏହାର ବଡ ପ୍ରମାଣ। ବିଜେଡିକୁ ମିଳିଥିବା ଜନାଦେଶ ପାଇଁ କୃତଜ୍ଞତା ଜଣାଇଛନ୍ତି। ଆମେ ରାଜ୍ୟବାସୀଙ୍କ ପାଇଁ ବହୁତ ଭଲ କାମ କରିଛୁ। ଏଥିପାଇଁ ଆମେ ଗର୍ବିତ। ସାଢେ ଚାରି କୋଟି ଓଡିଆ ମୋ ପରିବାର ବୋଲି ନବୀନ କହିଛନ୍ତି।

ଶନି କରିବେ ବିପରୀତ ଚଳନ ; ଏହି ରାଶିଙ୍କର ୫ ମାସ ପର୍ଯ୍ୟନ୍ତ ରହିବନି ଅଭାବ..

- Advertisement -

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories