www.samajalive.in
Wednesday, December 10, 2025
16.1 C
Bhubaneswar

ଜୟଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ସମାଜଲାଇଭ ଡେସ୍କ: ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବା ପରେ ତାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ କହିଛନ୍ତି ଯେ, ନବନିର୍ବାଚିତ ବିଧାୟକ ନୂଆପଡ଼ାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସେ ଆଶାବ୍ୟକ୍ତ କରୁଛନ୍ତି। ନିର୍ବାଚନ ଆସିବ ଏବଂ ଯିବ, କିନ୍ତୁ ଜନତାଙ୍କ ବିଶ୍ଵାସ ପ୍ରତି ଆମର ମୂଲ୍ୟବୋଧ ସର୍ବଦା ରହିବା ଉଚିତ।

ନବୀନ ଉପନିର୍ବାଚନ ପାଇଁ ଦିନରାତି କାର୍ଯ୍ୟ କରିଥିବା ଦଳୀୟ କର୍ମୀ ଏବଂ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତା’ ସହିତ ନୂଆପଡ଼ାବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ଅନେକ ଉତ୍ଥାନ ଓ ପତନ ଦେଇ ଗତି କରିଛି। ତଥାପି ଲୋକଙ୍କ ପାଇଁ ଆମର ଲଢ଼େଇ ଜାରି ରହିଛି। ଆମ ଦଳ ବିଜୁ ବାବୁଙ୍କ ଦ୍ଵାରା ଅନୁପ୍ରାଣିତ। ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଆମ ଲଢ଼େଇ ଜାରି ରହିବ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories