www.samajalive.in
Sunday, December 7, 2025
13.1 C
Bhubaneswar

ମହିଳା ସ୍ଥାନ ସଂରକ୍ଷଣ : ନବୀନଙ୍କ ରାସ୍ତାରେ ରାହୁଲ

ନୂଆଦିଲ୍ଲୀ : ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବା ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଣ୍ଟା ଭିଡ଼ିଛନ୍ତି। ସଂସଦର ଶୀତକାଳିନ ଅଧିବେଶନର ଦୁଇ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଗାନ୍ଧୀ କଂଗ୍ରେସ ଶାସିତ ରାଜ୍ୟ ପଞ୍ଜାବ, କର୍ଣ୍ଣାଟକ, ପୁଡ଼ୁଚେରୀ ଆଦି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଆସନ୍ତା ବିଧାନସଭା ଅଧିବେଶନରେ ମହିଳା ସ୍ଥାନ ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଧାନସଭା ସଂକଳ୍ପ ପାରିତ କରିବାକୁ କହିଛନ୍ତି। ବିଧାନସଭା ସଂକଳ୍ପରେ ସଂସଦର ଶୀତକାଳିନ ଅଧିବେଶନରେ ମହିଳା ସ୍ଥାନ ସଂରକ୍ଷଣ ବିଲ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ପୂର୍ବରୁ ମହିଳା ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ସଂବିଧାନର ୧୦୮ତମ ସଂଶୋଧନକୁ ରାଜ୍ୟସଭା ୨୦୧୦ରେ ପାସ କରିଥିଲା। ୨୦୧୪ରେ ୧୫ତମ ଲୋକସଭାର କାର୍ଯ୍ୟକାଳ ଶେଷ ପରେ ସଂପୃକ୍ତ ବିଲ୍‌ର ବୈଧତା ସମାପ୍ତ ହୋଇଯାଇଛି। ବିଲ୍‌ରେ ମହିଳାଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରସ୍ତାବ ରହିଥିଲା। ମହିଳା ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ପ୍ରତି ସମର୍ଥନ ଜଣାଇବା ପାଇଁ କଂଗ୍ରେସ ଶାସିତ ରାଜ୍ୟର ବିଧାନସଭା ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରକାଇବାକୁ ରାହୁଲ ଗାନ୍ଧୀ ଚିଠିରେ ଉଲ୍ଲେଖ କରିଛନ୍ତି।
ମହିଳା ସ୍ଥାନ ସଂରକ୍ଷଣ ଆଇନ ପ୍ରସଙ୍ଗରେ ପୂର୍ବରୁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ସଂକଳ୍ପ ପାରିତ କରି ସାରିଛନ୍ତି। ଓଡ଼ିଶା ସରକାର ପ୍ରଥମ ରାଜ୍ୟ ଭାବେ ମହିଳାଙ୍କୁ ଆଇନ ଅନୁଯାୟୀ ହକ୍‍ ଦେବା ପାଇଁ ଆଗେଇ ଆସିଛନ୍ତି। ସଂସଦର ଶୀତକାଳିନ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌ ପାସ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ସମର୍ଥନ ଜୁଟାଇବା ପାଇଁ ବିଜେଡି ପକ୍ଷରୁ ବରିଷ୍ଠ ନେତାଙ୍କୁ ନେଇ ଛୋଟ ଛୋଟ ଟିମ୍‌ ଗଠନ କରାଯାଇଛି। ବିଜେଡିର ନେତା ମହିଳା ସ୍ଥାନ ସଂରକ୍ଷଣ ଆଇନ ପ୍ରସଙ୍ଗରେ ଦେଶର ୨୨ଟି ରାଜନୈତିକ ଦଳର ପ୍ରତିନିଧିଙ୍କୁ ଭେଟି ସମର୍ଥନ ଲୋଡ଼ିବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories