ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସରକାର ଏକ ବ୍ୟବସ୍ଥିତ ପଦ୍ଧତି ଏବଂ ମିଶନ୍ ମୋଡ୍ରେ କାର୍ଯ୍ୟ କରୁଛନ୍ତି। ଗତ ୯ ବର୍ଷ ମଧ୍ୟରେ ଗରିବ, ବଞ୍ଚିତ, ମଧ୍ୟବିତ ତଥା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖି ହେଉଛି। ଗତକାଲି ନୂଆଦିଲ୍ଲୀରେ ଏକ ଘରୋଇ ଟିଭି ଚ୍ୟାନେଲ୍ ଦ୍ୱାରା ଆୟୋଜିତ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦୀ କହିଛନ୍ତି, ସରକାରଙ୍କ ଗରିବ ପ୍ରୋତ୍ସାହନ ଯୋଜନା ଦେଶରେ ବିପ୍ଳବ ସୃଷ୍ଟି କରିଛି ଏବଂ ଯେଉଁମାନେ ଦିନେ ଦେଶ ପାଇଁ ବୋଝ ବୋଲି ମନେ ହେଉଥିଲେ ସେମାନେ ଏବେ ବିକାଶ କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେ କହିଛନ୍ତି, ଯେଉଁ ସମୟରେ ବିଶ୍ୱରେ ଆର୍ଥିକ ସଂକଟ ଦେଖାଦେଇଥିଲା ସେତେବେଳେ ଭାରତ ସେହି ସଂକଟର ମୁକାବିଲା କରି ଏବେ ଦ୍ରୁତ ଗତିରେ ଆଗକୁ ବଢ଼଼ୁଛି। ସେ କହିଛନ୍ତି, ଭାରତ ଏକ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପହଞ୍ଚିବାକୁ ୬୦ ବର୍ଷ ସମୟ ନେଇଥିଲା। କିନ୍ତୁ ୨୦୧୪ ପରେ ୯ ବର୍ଷ ମଧ୍ୟରେ ଆମେ ଏବେ ୩ ଦଶମିକ୍ ୫ ଟ୍ରିଲିୟନ୍ ଡଲାଣ୍ ଅର୍ଥନୀତିରେ ପହଞ୍ଚି ପାରିଛୁ।
Popular Categories



