www.samajalive.in
Sunday, December 7, 2025
18.1 C
Bhubaneswar

ଆଇଏସ୍‌ଆଇ ଚାପରେ ଭାରତ ବିରୋଧରେ ମିଛ କହିଥିଲି : ଆତଙ୍କବାଦୀ ଏହସାନ୍‌

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ, ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି)ର ପୂର୍ବତନ ମୁଖପାତ୍ର ଲିଆକତ୍‌ ଅଲୀ ଓରଫ ଇଶାନୁଲ୍ଲା ଏହସାନ୍‌ ଏବେ ସତ ଉଗାଳିଛି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଚାପରେ ସେ ଭାରତ ଆତଙ୍କବାଦ ପାଇଁ ଆର୍ଥିକ ସହାୟତା ଦେଉଥିବା ବିଷୟ କହିଥିଲା ବୋଲି ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି। ଏହସାନ୍‌ ହେଉଛି ଜମ୍ମାତ-ଉଲ-ଅହରର୍‌ ସଂଗଠନର ପ୍ରତିଷ୍ଠାତା। ସେ ୨୦୧୭ରେ ପାକିସ୍ତାନୀ ସେନା ନିକଟରେ ଆତ୍ମସମର୍ପଣ କରିଥିଲା; କିନ୍ତୁ ୨୦୨୦ରେ ସେନା କବଳରୁ ବନ୍ଦୀଶାଳାରୁ ଖସି ପଳାଇଥିଲା।

ଭାରତ ବିରୋଧରେ ମିଛ କହିବା ପାଇଁ କିମ୍ବା ନିରବ ରହିବା ପାଇଁ ଆଇଏସ୍‌ଆଇ ତାକୁ ବିପୁଳ ଡଲାର ଲାଞ୍ଚ ଯାଚିଥିଲା। କିଛି ନ ହେଲେ ପାକିସ୍ତାନକୁ ଫେରି ଆସିବା ପାଇଁ ଆଇଏସ୍‌ଆଇ ତାକୁ ଲୋଭ ଦେଖାଇଥିଲା ବୋଲି ସେ କହିଛି। କେବଳ ସେତିକି ନୁହେଁ; ପାକିସ୍ତାନ ଫେରିଆସିଲେ ତାକୁ ପଞ୍ଜାବ ପ୍ରଦେଶରେ ଘର ଓ ଜମି ଇତ୍ୟାଦି ଦେବା ପାଇଁ ଆଇଏସ୍‌ଆଇ ମୁଖ୍ୟ ଜେନେରାଲ ଫୈଜ୍‌ ହମିଦ ତାକୁ କହିଥିବା ଏହସାନ୍‌ ଉଲ୍ଲେଖ କରିଛି। ସେ କାରାଗାରରେ ଥିବାବେଳେ ହମିଦ ତାକୁ ଭେଟିବା ସହ କ୍ଷମା ମାଗିଥିବା କହିଛି ଏହସାନ୍‌। ଅପରପକ୍ଷରେ ଭାରତୀୟ ଗୁଇନ୍ଦା ସଂସ୍ଥା ର’ ଚାପରେ ସେ ଏପରି କହୁଥିବା ଆଇଏସ୍‌ଆଇ ଦର୍ଶାଇଛି। ସୂଚନାଯୋଗ୍ୟ ଯେ ଫଜଲ ହାୟତ ସହିତ ମିଶି ସେ ଟିଟିପି ଗଠନ କରିଥିଲା; କିନ୍ତୁ ଉଭୟଙ୍କ ମଧ୍ୟରେ ପରେ ଅପଡ଼ ହୋଇଥିଲା।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories