ବିଶ୍ୱବିଦ୍ୟାଳୟ ଭାବ ଓ ଜ୍ଞାନ ଆଦାନ ପ୍ରଦାନର ମଞ୍ଚ ହେଉ – ଅମିତ୍‍ ଶାହା

ଡେସ୍କ: ବିଶ୍ୱବିଦ୍ୟାଳୟଗୁଡ଼ିକ ଆଦର୍ଶଭିତ୍ତିକ ଲଢେଇରେ ବ୍ୟସ୍ତ ନ ରହି ଭାବ ଓ ଜ୍ଞାନ ଆଦାନ ପ୍ରଦାନର ମଞ୍ଚ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା କହିଛନ୍ତି। ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ଅନ୍ତର୍ଜାତୀୟ ଆଲୋଚନାଚକ୍ରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି, କୌଣସି ପ୍ରକାର ଆଦର୍ଶ ନୀତି କେବଳ ବିତର୍କ ଓ ଆଲୋଚନା ଜରିଆରେ ମଜବୁତ୍‍ ହୋଇଥାଏ।

prayash

ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି, ଏହା ଏକ ଏପରି ଶିକ୍ଷାନୀତି, ଯାହାକୁ କେହି ହେଲେ ବିରୋଧ କରି ନାହାନ୍ତି ଏବଂ ସମାଜର ସବୁ ବର୍ଗ ଏହାକୁ ସ୍ୱାଗତ ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ୨୦୧୪ରୁ ୨୦୨୨ ମସିହା ଭିତରେ ଦେଶ ଅନେକ ସଫଳତା ହାସଲ କରିଛି ଏବଂ ୮୦ କୋଟି ଲୋକ ଦେଶର ଅଂଶବିଶେଷ ବୋଲି ଏବେ ନିଜକୁ ଅନୁଭବ କରୁଛନ୍ତି।

kalyan agarbati

Comments are closed.