www.samajalive.in
Sunday, December 7, 2025
14.1 C
Bhubaneswar

ମଦ ପିଇବାକୁ ଗଲେ ଚାଳକ, ଯାତ୍ରୀବାହୀ ଟ୍ରେନ ଘଣ୍ଟାଏ ବିଳମ୍ବ

ପାଟନା: ବିହାର ସମସ୍ତିପୁର ରେଳ ଡିଭିଜନର ହାସନପୁର ଷ୍ଟେସନରେ ଏକ ଯାତ୍ରୀବାହୀ ଟ୍ରେନ ଏକ ଘଣ୍ଟା ଅଟକି ରହିବା ପଛର କାରଣ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସିଗନାଲ ବା ଯାନ୍ତ୍ରିକ ତ୍ରୁଟି ଜନିତ ସାଧାରଣ ଅସୁବିଧା ନୁହେଁ; ବରଂ ଟ୍ରେନର ସହକାରୀ ଚାଳକ (ଆସିଷ୍ଟାଣ୍ଟ ଲୋକ ପାଇଲଟ) ମଦ ପିଇବା ଲାଗି ଟ୍ରେନ ଛାଡି ପଳାଇଯିବାରୁ ଏହା ବିଳମ୍ବ ହୋଇଛି। ରିପୋର୍ଟ ଅନୁଯାୟୀ ଟ୍ରେନ ଚାଳକ କରଣବୀର ଯାଦବ ମଦ ପିଇବା ଲାଗି ଗାଡିରୁ ଓହ୍ଲାଇ ପଳାଇ ଯାଇଥିଲେ। ସବୁଜ ସିଗନାଲ ଦିଆଯିବା ସତ୍ତ୍ବେ ଗାଡି ଚାଲୁ ନଥିବାରୁ ଷ୍ଟେସନ ମାଷ୍ଟର ଏହାର ଅନୁଧ୍ୟାନ କରିଥିଲେ। ଏହା ମଧ୍ୟରେ ଟ୍ରେନର ଯାତ୍ରୀମାନେ ମଧ୍ୟ ବିରକ୍ତି ପ୍ରକାଶ କରିଥିଲେ। ଷ୍ଟେସନ ମାଷ୍ଟର ଅନୁଧ୍ୟାନ କରି ଜାଣିଥିଲେ ଯେ ଟ୍ରେନରେ ଚାଳକ ନାହାନ୍ତି। ରେଳବାଇ ପୁଲିସ ଚାଳକ କରଣବୀରଙ୍କୁ ଖୋଜାଖୋଜି କରିବାରୁ ତାଙ୍କୁ ମାତାଲ ଅବସ୍ଥାରେ ନିକଟସ୍ଥ ବଜାରରୁ ଉଦ୍ଧାର କରାଯାଇଥିଲା। ଷ୍ଟେସନ ମାଷ୍ଟର ଅନ୍ୟ ଜଣେ ଚାଳକଙ୍କ ଦ୍ବାରା ଟ୍ରେନକୁ ଚଳାଇବାର ବ୍ୟବସ୍ଥା କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories