www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ପତ୍ତିର ଉତ୍ତରାଧିକାର ପାଇଁ ପୁତ୍ର ସନ୍ତାନ ଲାଳସା ରଖନ୍ତି ଅଧିକାଂଶ ଭାରତୀୟ: ସର୍ଭେ

ନୂଆଦିଲ୍ଲୀ: ଜମିବାଡ଼ିର ଉତ୍ତରାଧିକାର ହେବା ପାଇଁ ଅଧିକାଂଶ ଭାରତୀୟ ପୁତ୍ର ସନ୍ତାନ ପ୍ରତି ଲାଳସା ଦେଖାଇଥାନ୍ତି। ଏଥିପାଇଁ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ନ ହୋଇ ୨ୟ ଓ ୩ୟ କିମ୍ବା ତା’ଠାରୁ ଅଧିକ ସନ୍ତାନ ଜନ୍ମ ଦେଇଥାନ୍ତି। ଏହି କାରଣରୁ ଦେଶରେ ଲିଙ୍ଗ ଅନୁପାତ ବିଗୁଡ଼ୁଛି ବୋଲି ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ରୁ ଜଣାପଡ଼ିଛି।

ଦେଶରେ ଲିଙ୍ଗ ଅନୁପାତକୁ ନେଇ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୪ରେ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି ତାହା ଅତ୍ୟନ୍ତ ଚିନ୍ତାଜନକ। ସର୍ଭେ ଅନୁସାରେ, ଭାରତରେ ପୁତ୍ର ସନ୍ତାନ ଲାଳସାରେ ୨ୟ, ୩ୟ ଏବଂ ତା’ଠାରୁ ଅଧିକ ସନ୍ତାନ ଜନ୍ମ ଯୋଗୁ ଜନ୍ମ ସମୟରେ ଲିଙ୍ଗାନୁପାତ (ଏସଆରବି) ବିଗିଡ଼ିବାରେ ଲାଗିଛି। ଏହି ସର୍ଭେ (୨୦୧୫-୧୬)ରେ ୫ ଲକ୍ଷ ୫୩ ହଜାର ଶିଶୁଙ୍କ ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା, ଯେଉଁଥିରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

- Advertisement -

ସର୍ଭେରେ କୁହାଯାଇଛି ଯେ, ପ୍ରଥମ ସନ୍ତାନ ଜନ୍ମ ସମୟରେ ପ୍ରତି ୧୦୦ ଶିଶୁକନ୍ୟାରେ ପୁତ୍ର ସନ୍ତାନଙ୍କ ଅନୁପାତ ୧୦୭.୫ ରହୁଥିବାବେଳେ ୩ୟ ସନ୍ତାନ ଜନ୍ମ ସମୟରେ ପ୍ରତି ୧୦୦ ଝିଅରେ ପୁତ୍ର ସନ୍ତାନ ଅନୁପାତ ୧୧୨.୩ରେ ପହଞ୍ଚି ଯାଉଛି। ଭାରତର ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଫର ପପୁଲେଶନ ସାଇନ୍‌ସେସ୍‌ ଏବଂ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆର ସେଣ୍ଟର ଅନ୍‌ ଜେଣ୍ଡର ଇକ୍ବାଲିଟି ଆଣ୍ଡ ହେଲ୍‌ଥର ଗବେଷକମାନେ ମିଳିତ ଭାବେ ଏହି ସର୍ଭେ କରିଛନ୍ତି।

ଗବେଷଣାରେ ସାମିଲ ହୋଇଥିବା ପ୍ରଫେସର ଅଭିଷେକ ସିଂହଙ୍କ କହିବା ଅନୁସାରେ, ଛୋଟ ଏବଂ ଧନୀ ପରିବାର ସନ୍ତାନ ଜନ୍ମ ପୂର୍ବରୁ ଲିଙ୍ଗ ଚୟନ କରିବାରେ ଅଧିକ ଆଗ୍ରହ ରଖିଥାନ୍ତି। ଏହା ପଛରେ ଗୋଟିଏ ବଡ଼ କାରଣ ହେଉଛି ପୁତ୍ର ସନ୍ତାନ ଲାଳସା। ଗବେଷକମାନେ କୁହନ୍ତି, ଜମିବାଡ଼ିର ଉତ୍ତରାଧିକାର ପାଇଁ ପୁତ୍ର ସନ୍ତାନ ପ୍ରତି ଲାଳସା ଲିଙ୍ଗ ଅନୁପାତକୁ ବିଗାଡ଼ି ଦେଉଛି। ଯେଉଁ ପରିବାରରେ ୧୦ ଏକର କିମ୍ବା ତା’ଠାରୁ ଅଧିକ ଜମି ଅଛି, ସେଠାରେ ପୁତ୍ର ସନ୍ତାନ ପ୍ରତି ଲୋଭ ଅଧିକ ବୃଦ୍ଧି ପାଇଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories