ମୁମ୍ବଇ : ମହାରାଷ୍ଟ୍ରର ନାସିକରେ ଶନିବାର ଏକ ବଡ ଘଟଣା ଘଟିଛି । ଏଠାରେ ଶାଲିମାର ଏଲଟିଟି ଏକ୍ସପ୍ରେସରେ ଜିନିଷ ପତ୍ର ରଖାଯାଉଥିବା ବଗିରେ ସକାଳେ ଅଗ୍ନିକାଣ୍ଡ ଘଟିଛି । ଅଧିକାରୀଙ୍କ କହିବାନୁଯାୟୀ, ନିଆଁ ପ୍ରାୟ ସକାଳ ୮ଟା ୪୩ ମିନିଟ୍ରେ ଲାଗି ଥିଲା । ନିଆଁ ଲାଗିବା ମାତ୍ରେ ଏହି ବଗିରୁ ଅନ୍ୟ ବଗିଗୁଡିକୁ ତୁରନ୍ତ ଅଲଗା କରାଯାଇଥିଲା । ଜିନିଷ ପତ୍ର ଥିବା ବଗିରୁ ଅନ୍ୟ ବଗିକୁ ନିଆଁ ପହଞ୍ଚିପାରିନଥିବା ନେଇ ମଧ୍ୟ ରେଲବାଇ ପକ୍ଷରୁ ଜଣାପଡିଛି । ସମସ୍ତ ଯାତ୍ରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।
ଅଗ୍ନିକାଣ୍ଡ ନେଇ ଖବର ପାଇବା ମାତ୍ରେ ରେଲବାଇ ଅଧିକାରୀ ଓ ଦମକଳ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଘଟଣାରେ କେହି ଆହତ ହୋଇନଥିବା ବେଳେ ନିଆଁ ଲାଗିଥିବା ବଗିକୁ ତୁରନ୍ତ ଅନ୍ୟବଗିମାନଙ୍କ ଠାରୁ ଅଲଗା କରାଯାଇଥିଲା । ଯାଦ୍ୱାରା ଏକ ବଡ ଧରଣର ବିପଦ ଟଳି ଯାଇଥିଲା ।
ଶାଲିମାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ ; ସମସ୍ତ ଯାତ୍ରୀ ସୁରକ୍ଷିତ
Popular Categories



