ତଣ୍ଡା ଉଚ୍ଚ ବିଦ୍ୟାଳୟର ୪୨ଜଣ ବିଦ୍ୟାର୍ଥୀଙ୍କୁ ମିଳିନି ସାଇକେଲ ଟଙ୍କା

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ବାଘସିଉନୀ ଗ୍ରାମପଞ୍ଚାୟତର ତଣ୍ଡା ଗ୍ରାମର ଭୈରବ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏକ ବର୍ଷହେଲା ସାଇକେଲ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସଂପୃକ୍ତ ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଗତ ୨୦୨୦-୨୧ ଓ ୨୧-୨୨ ମସିହାରେ ଏହି ୪୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରି ଆସୁଛନ୍ତି। ତେବେ ନବମ ଶ୍ରେଣୀରେ ପଢ଼ିବା ବେଳେ ଏଥିମଧ୍ୟରୁ ମାତ୍ର ୩ଜଣ ପିଲା ସାଇକେଲ ଟଙ୍କା ପାଇଛନ୍ତି। ବଳକା ୪୨ଜଣ ଛାତ୍ରଛାତ୍ରୀମାନେ ଏକ ବର୍ଷପରେ ମଧ୍ୟ ସାଇକେଲ ଟଙ୍କା ପାଇ ପାରିନାହାନ୍ତିି। ବର୍ତ୍ତମାନ ଏହି ଛାତ୍ରଛାତ୍ରୀଙ୍କର ମାଟ୍ରିକ ବୋର୍ଡ ପରୀକ୍ଷା ସରିଯାଇଛି। ତଥାପି ସାଇକେଲ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।

prayash

ସୂଚନାଯୋଗ୍ୟଯେ, ସାଇକେଲ କିଣିବା ପାଇଁ ପ୍ରତି ପିଲାଙ୍କୁ ୨୬୦୦ ଟଙ୍କା ଦିଆଯାଉଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସାଇକେଲ ଟଙ୍କା ମଞୁର ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟକୁ ଚିଠି କରିଥିବା କହୁଥିବା ବେଳେ ଟଙ୍କା ମଞୁର କାହିଁକି ହୋଇ ନାହିଁ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଥିବା ଛାତ୍ରଛାତ୍ରୀଙ୍କର ଅଭିଭାବକମାନେ ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ କରି ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ଭାସ୍କର ରଇତ କହିଥିବା ଜଣାପଡ଼ିଛି।

kalyan agarbati

Comments are closed.