ଘରୋଇ କଳହକୁ କେନ୍ଦ୍ର କରି ପୁଅ ମାଡ଼ରେ ବାପାର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଥାନା ଅନ୍ତର୍ଗତ ବାଗସିଉନି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର ମାଡ଼ରେ ବାପାର ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ଜଣାପଡିଛି। ନବରଙ୍ଗପୁର ଥାନା ଅନ୍ତର୍ଗତ ବାଗସିଉନି ଗ୍ରାମରେ ବସବାସ କରୁଥିବା କମାଲଲୋଚନ ଅମାନତ୍ୟ (୬୨)ଙ୍କ ପୁଅ କେଶବ ହରିଜନ ଘରର ଇଛା ମୁତାବକ ବାହା ହୋଇଥିବା ନେଇ କିଛିଦିନ ହେବ ପୁଅକୁ ଗ୍ରାମରୁ ବାସନ୍ଦ କରିବା ପରେ କେଶବ ନିଜ ସ୍ତ୍ରୀ ସହ କୋଡୀଙ୍ଗା ଥାନା ଅନ୍ତର୍ଗତ ହଳଦୀ ଗ୍ରାମରେ ଯାଇ ରହୁଥିଲା।

prayash

ଆଜକୁ ୩ ଦିନ ହେବ କେଶବ ବାଗସିଉନି ନିଜ ଘରକୁ ଆସି ରହିଥିଲା। ପୋଲିସ କହିବା ଅନୁଯାୟୀ ଗତକାଲି କେଶବ ବାହାରକୁ ଯାଇ ଆସି ଘରେ ଖାଇପିଇ ଶୋଇଥିବା ସମୟରେ ବାପା କାମଳଲୋଚନ ରାତ୍ର ୧୦ ଘଣ୍ଟା ସମୟରେ ମାତାଲ ଅବସ୍ଥାରେ ଆସି କେଶବ ସହ ଝଗଡା କରିଥିଲା ଫଳରେ ପୁଅ କେଶବ ରାଗିଯାଇ ବାପାକୁ ଜୋରରେ ଧକ୍କା ମାରିବା ଫଳରେ କମଲଲୋଚନର ମୁଣ୍ଡ ଯାଇ ଝରକାରେ ପିଟି ହୋଇଯିବା ଫଳରେ ବାପାର ମୃତ୍ୟୁ ହୋଇଯାଇଥିଲା। ନବରଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଂଚି ପୁଅକୁ ଥାନାରେ ଆଣି ଏକ ହତ୍ୟା ମୋକଧ୍ୟମା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ କୋରାପୁଟ ସାଇଣ୍ଟିଫିକ ଟିମ ସହ ତଦନ୍ତ ଚଳାଇଥିବା କହିଛନ୍ତି ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ।

kalyan agarbati

Comments are closed.