www.samajalive.in
Saturday, December 13, 2025
26.1 C
Bhubaneswar

କଟକରେ ଜଳିଗଲା ‘ମୋ ବସ’, ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର: କଟକ ମଧୁପାଟଣା ଛକ ନିକଟରେ ‘ମୋ ବସ’ ଜଳିଗଲା। ଭୁବନେଶ୍ୱରରୁ କଟକ ଫେରୁଥିବାବେଳେ ମଧୁପାଟଣା ଛକ ନିକଟରେ ‘ମୋ ବସ’ଟି ଜଳିଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ ନିଆଁ ଲାଗିଥିବା ଜଣାପଡ଼ିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଖବର ପାଇ ତତ୍କାଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି। ‘ମୋ ବସ’ର ବିଭିନ୍ନ ଅଂଶ ଓ ଭିତର ପାଶ୍ୱର୍ ପୋଡ଼ି ଯାଇଥିବା ସୂଚନା ମିଳିଛି। ‘ମୋ ବସ’ରେ କିଭଳି ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories