www.samajalive.in
Sunday, December 7, 2025
26.1 C
Bhubaneswar

ମଟନ ମୋମୋ

ଆବଶ୍ୟକୀୟ ସାମଗ୍ରୀ: ଚାଉଳ ଚୁନା, କିମା ପାଇଁ କଟା ହୋଇଥିବା ୨୦୦ ଗ୍ରାମ ମଟନ, ୨ଟି ପିଆଜ,  ଅଦା-ରସୁଣ ପେଷ୍ଟ, କଟା ଟମାଟୋ, ଲଙ୍କା ଗୁଣ୍ଡୁ, ହଳଦୀ ଗୁଣ୍ଡ, ତେଲ, ଗରମ ମସଲା, ଧନିଆ ପତ୍ର ଓ ସ୍ବାଦନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ କିମା ପ୍ରସ୍ତୁତ କରନ୍ତୁ । ସେଥିପାଇଁ ଗ୍ୟାସରେ କଡେଇ ବସାଇ ତେଲ ଗରମ କରି ସେଥିରେ ପିଆଜ ପକାଇ ଲାଲ ହେବା ଯାଏ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦା-ରସୁଣ ପେଷ୍ଟ ପକନ୍ତୁ । ପରେ ସେଥିରେ କଟା ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲକି ଗୋଳାଇ ଦିଅନ୍ତୁ । ମସଲା ହୋଇଗଲା ପରେ ସେଥିରେ ମଟନ ପକାଇ ଭଲ ଭାବରେ କଷନ୍ତୁ। କିଛି ସମୟ ମାଂସକୁ କଷିଲା ପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଗୋଳାଉ ଥିବେ ଯେପରି ମାଂସ ଲାଗି ନ ଯାଏ । କିଛି ସମୟ ପରେ ପାଣି ମରିଯିବା ଏବଂ ମାଂସ ମଧ୍ୟ ସିଝି ଯାଇଥିବା। ସେଥିରେ ଗରମ ମସଲା ଓ ଧନିାପତ୍ର ପକାଇ, ଭଲକି ଗୋଳାଇ ଚୁଲାରୁ କାଢି ଆଣନ୍ତୁ। ଏବେ ମଟନ କିମା ପ୍ରସ୍ତୁତ ହୋଇଗଲା ।

- Advertisement -

ବର୍ତ୍ତମାନ ମୋମୋ କରିବା ପାଇଁ ଏକ ପାତ୍ରରେ ପାଣି ଗରମ କରି ସେଥିରେ ଚାଉଳ ଚୁନା ପକାଇ ଗୋଳାନ୍ତୁ, ଯେପରି ଚାଉଳ ମୁଣ୍ଡା ନ ହେବ । ଚୁଲାରୁ କାଢି ଆଣି ଏହାକୁ ଭଲ ଭାବରେ ଜନ୍ତି ଦିଅନ୍ତୁ । ପରେ ଛୋଟ ଛୋଟ ମଣ୍ଡା ପିଠା ବା ମୋମୋ ଆକରରେ ଗଢି ସେଥିରେ ମଟନ କିମାକୁ ପୁର ଭଳି ଦିଅନ୍ତୁ, ଯେପରି ନଡିଆ ପୁର ଦିଆଯାଏ । ଏହିପରି ଭାବରେ ସବୁ ପିଠା ଗଢି ରଖନ୍ତୁ । ପରେ ଏହାକୁ ଷ୍ଟିମ୍ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ମଟନ ମୋମୋ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories