ସୁନ୍ଦରଗଡ଼: ଲେଫ୍ରିପଡା ଥାନା ଅନ୍ତର୍ଗତ ଭଅରଖୋଲ ଗାଁରେ ସାମାନ୍ୟ ଘଟଣାକୁ ନେଇ ଶ୍ବଶୁରଙ୍କୁ ହତ୍ୟା କରିଛି ଜ୍ବାଇଁ । ଗୁରୁବାର ବିଳମ୍ବିତ ରାତିରେ ପାରିବାରିକ କଳହକୁ କେନ୍ଦ୍ରକରି ଜ୍ବାଇଁ ଲଳିତ ଓରାମ ନିଜ ଶ୍ବଶୁର ବିଶ୍ବେଶ୍ବର ନାଗଙ୍କୁ ହତ୍ୟା କରିଥିଲା। ପୁଲିସ ଘଟଣାର ଅନୁସନ୍ଧାନ କରୁଛି । ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଘର କଥାକୁ ନେଇ ଶ୍ବଶୁର ଓ ଜ୍ବାଇଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସେଥିରୁ ତାହା ଚରମ ରୂପ ଧାରଣ କରିଥିଲା। କ୍ରୋଧିତ ହୋଇ ଏହି ସମୟରେ ଜ୍ବାଇଁ ଶ୍ବଶୁରକୁ ହତ୍ୟା କରିଥିଲା। ଘଟଣା ପରେ ଜ୍ବାଇଁ ଫେରାର ହୋଇ ଯାଇଛି ।
Popular Categories



