www.samajalive.in
Sunday, December 7, 2025
14.1 C
Bhubaneswar

ମୁନିରକୁ ‘ସୁଟ୍ ପିନ୍ଧା ଲାଡେନ’ ବୋଲି କହିଲେ ପେଣ୍ଟାଗନର ପୂର୍ବତନ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ସେନା ମୁଖ୍ୟ ଆସିମ ମୁନିରକୁ କଡ଼ା ସମାଲୋଚନା କରିଛନ୍ତି ଆମେରିକା ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ। ମୁନିର ଜଣେ ‘ସୁଟ୍‌ ପିନ୍ଧା ଓସାମା ବିନ୍‌ ଲାଡେନ’ ବୋଲି କହିଛନ୍ତି ରୁବିନ କହିଛନ୍ତି। ବିଗତ ୨ ମାସ ମଧ୍ୟରେ ସେ ଦୁଇ ଥର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ରୁବିନ ଦର୍ଶାଇଛନ୍ତି।

ଆମେରିକା ସାମରିକ ଅଧିକାରୀମାନଙ୍କ ସହିତ ଫ୍ଲୋରିଡ଼ାରେ ଅନୁଷ୍ଠିତ ବୈଠକରେ ମୁନିର କହିଥିଲା ଯେ, ଯଦି ପାକିସ୍ତାନ ଧ୍ବଂସ ହୁଏ, ତେବେ ଏହା ଅଧା ବିଶ୍ଵକୁ ସାଧୀରେ ନେଇ ଡୁବିବ। ପରମାଣୁ ଅସ୍ତ୍ରକୁ ନେଇ ସେ ଏପରି ଧମକ ଦେଇଥିଲା। ସେ ଭାରତକୁ ବି ସିଧାସଳଖ ଧମକ ଦେଇ କହିଥିଲା ଯେ, ଭାରତ ସିନ୍ଧୁ ନଦୀରେ ଡ୍ୟାମ ନିର୍ମାଣ କରିବା ଯାଏ ଆମେ ଅପେକ୍ଷା କରିବୁ। ଏହା ନିର୍ମାଣ ହୋଇସାରିବା ପରେ ଆମେ ୧୦ଟି କ୍ଷେପଣାସ୍ତ୍ର ମାଡ଼ କରି ତାହାକୁ ନଷ୍ଟ କରିଦେବୁ। ଆମେରିକା ମାଟିରେ ମୁନିରର ଏପରି ଧମକକୁ ଭାରତ ଦୃଢ଼ ନିନ୍ଦା କରିଛି।

- Advertisement -

ଏ ସମ୍ପର୍କରେ ରୁବିନ କହିଛନ୍ତି, ଆମେରିକା ମାଟିରୁ ପାକିସ୍ତାନର ଏପରି ଧମକ ସମ୍ପୂର୍ଣ୍ଣ ରୂପେ ଅଗ୍ରହଣୀୟ। ଏହାକୁ ନେଇ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ଏକ ରାଷ୍ଟ୍ର ହିସାବରେ ପାକିସ୍ତାନ ନିଜ ଦାୟିତ୍ଵ ତୁଲାଇପାରିବ ନା ଏହା ସମ୍ପୂର୍ଣ୍ଣ ଧ୍ବଂସ ପାଇବାକୁ ସମୟ ଉପନୀତ ହୋଇସାରିଛି। ଓସାମା ବିନ୍‌ ଲାଡେନଠାରୁ ଆମକୁ ଯାହା ଶୁଣିବାକୁ ମିଳୁଥିଲା, ତାହା ଏବେ ମୁନିର କହୁଛି ବୋଲି ରୁବିନ କହିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories