ମୁମ୍ବାଇ,: ଶୁକ୍ରବାର ଶିଶୁ ଦିବସ ଉପଲକ୍ଷେ ମହାରାଷ୍ଟ୍ରର ଭାସାଇସ୍ଥିତ ଶ୍ରୀ ହନୁମନ୍ତ ବିଦ୍ୟାମନ୍ଦିରରେ ଏକ ଉତ୍ସବ ଆୟୋଜିତ ହୋଇଥିଲା। ତେବେ ଜଣେ ଛାତ୍ରୀ ମାତ୍ର ୧୦ ମିନିଟ ବିଳମ୍ବରେ ପହଞ୍ଚିବାପରେ ଶ୍ରେଣୀ ଶିକ୍ଷକ ଉତ୍କ୍ଷିପ୍ତ ହୋଇଥିଲେ। ଦଣ୍ଡସ୍ବରୂପ ୬ଷ୍ଠ ଶ୍ରେଣୀର ଏହି ଛାତ୍ରୀଙ୍କୁ ୧୦୦ ଥର ଉଠ୍ବସ୍ ହେବାକୁ କୁହାଯାଇଥିଲା। ଉଠ୍ବସ୍ ହେବାପରେ ଛାତ୍ରୀଙ୍କ ଅଣ୍ଟାରେ ଭୀଷଣ ଯନ୍ତ୍ରଣା ହୋଇଥିଲା। ଘରକୁ ଫେରିବାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିଥିଲା। ପରିବାର ଲୋକେ ତାଙ୍କୁ ନାଲାସୋପାରାସ୍ଥିତ ଡାକ୍ତରଖାନାକୁ ନେଇଥିଲେ। ତେବେ ଯନ୍ତ୍ରଣା ଉପଶମ ନ ହେବାରୁ ଛାତ୍ରୀଙ୍କୁ ମୁମ୍ବଇସ୍ଥିତ ଜେଜେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଦାବି କରିଛନ୍ତି।



