www.samajalive.in
Sunday, November 16, 2025
15.1 C
Bhubaneswar

ମୃତ୍ୟୁ ଖବରକୁ ବରାଦରଙ୍କ ଖଣ୍ଡନ

କାବୁଲ : ଆଫଗାନିସ୍ତାନରେ ‌ତାଲିବାନ ସରକାରର ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦର ନିଜ ମୃତ୍ୟୁ ସମ୍ପର୍କରେ ପ୍ରଚାରିତ ଖବରକୁ ଖଣ୍ଡନ କରିଛନ୍ତି। ବରାଦରଙ୍କ ସ୍ବର ଥିବା ଏ ସମ୍ପର୍କିତ ଏକ ଅଡିଓ ଟେପ୍‌କୁ ତାଲିବାନ ମୁଖପାତ୍ର ମହମ୍ମଦ ନଇମଙ୍କ ପକ୍ଷରୁ ଜାରି କରାଯାଇଛି; ଯେଉଁଥିରେ ସେ ଜୀବିତ ଓ ସୁସ୍ଥ ଥିବା ଏବଂ ତାଙ୍କ ମୃତ୍ୟୁ ସମ୍ପର୍କରେ ମିଛ ପ୍ରଚାର କରାଯାଉଥିବା ବରାଦର କହୁଥିବା ଶୁଣାଯାଉଛି। ରାଷ୍ଟ୍ରପତି ଭବନ ପରିସରରେ ତାଲିବାନର ଏକ ଗୋଷ୍ଠୀର ଆକ୍ରମଣରେ ବରାଦର ଗୁରୁତର ଆହତ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ପ୍ରଚାର ହେବା ପରେ ସେ ଏଭଳି ସଫେଇ ଦେଇଛନ୍ତି। ଏପରି ଖବର ଭିତ୍ତିହୀନ ବୋଲି ତାଲିବାନର ନିଜସ୍ବ ସାମାଜିକ ଗଣମାଧ୍ୟମରେ ମଧ୍ୟ ପ୍ରଚାର କରାଯାଇଛି। ଅପରପକ୍ଷରେ ସୁସ୍ଥ ଥିବା ନେଇ ବରାଦର ନିଜେ ସର୍ବସାଧାରଣରେ ଉପସ୍ଥିତ ହୋଇ କହିବାକୁ କେତେକ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ତାଲିବାନ ସରକାର ଗଠନ ପୂର୍ବରୁ ଏହାକୁ ନେଇ ହକାନୀ ନେଟ୍‌ୱର୍କ ସହିତ ଚାଲିଥିବା ବିବାଦବେଳେ ବରାଦର ଗୁରୁତର ଅସୁସ୍ଥ ହୋଇ ପାକିସ୍ତାନକୁ ଚିକିତ୍ସା ପାଇଁ ଯାଇଥିବାର ଖବର ପ୍ରକାଶିତ ହୋଇଥିଲା। ପ୍ରଥମରୁ ତାଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ନେଇ ପ୍ରଚାର ଚାଲିଥିଲେ ମଧ୍ୟ ପରେ ସେ ଉପ-ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ଏମିତିରେ ତାଲିବାନର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦାଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବାର ଖବର ମଧ୍ୟ ପ୍ରଚାର ହୋଇଥିଲା; କିନ୍ତୁ ତାଲିବାନ କ୍ଷମତା ଦଖଲ ସମୟରୁ ସେ କାନ୍ଦାହାରରେ ରହୁଥିବା ପ୍ରକାଶ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories