ଝାଡ଼ାବାନ୍ତି ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ଲାଞ୍ଜିଗଡ଼ ବିଧାୟକ

ମୁଖୀଗୁଡା: କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼କର୍ଲାକୋଟ ଗ୍ରାମପଞ୍ଚାୟତର ବଡକରଲାକୋଟ ନୂଆପଡାରେ ଗତ ୬ତାରିଖ ଠାରୁ ଝାଡାବାନ୍ତି ରେ ଇତିମଧ୍ୟରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଉର୍ଦ୍ଧ୍ବ ଜଣ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣର କାରଣ ଖୋଜିବା ସହ ଲୋକଙ୍କୁ ଚିକିତ୍ସା ସହ ସଚେତନତା ସୃଷ୍ଟି କରାଯାଇଛି। ଆଜି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ନୂଆପଡା ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଜିଲା ସ୍ୱାସ୍ଥ୍ୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଫୋନରେ କଥା ହୋଇ ଯଥା ସମ୍ଭବ ଝାଡାବାନ୍ତି ରୋକିବା ଦିଗରେ ପଦକ୍ଷେପ ନେବା ପାଇଁ କହିଛନ୍ତି। ଲୋକଙ୍କୁ ପୋଖରୀ ପାଣିକୁ କିଛିଦିନ କୋଣସି କାର୍ଯ୍ୟରେ ବ୍ୟବହାର ନକରିବା ସହ ନିଜ ନିଜର ପରିବେଶକୁ ସଫାସୁତୁରା ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ବିଧାୟକ ମୃତକଙ୍କ ପରିବାର ଲୋକଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକଙ୍କ ସହ ଜୟପାଟଣା ବ୍ଲକ ଜୋନ ୨ ଜିଲା ପରିଷଦ ସଦସ୍ୟ ଦେବ ପୁଝାରି, ବଡ ଲରଲାକୋଟ ସରପଞ୍ଚ ଚଞ୍ଚଳା ନାଏକ, ସମିତି ସଭ୍ୟ ପିତାମ୍ବର ହରିଜନ, ପ୍ରଦୀପ ପଟ୍ଟନାୟକ, ଖିରମଣି ଠାକୁର, ମୁରଲୀଧର ଦଳାଇ, ତେଜରାଜ ସାହୁ, ସହଦେବ ଗୌନ୍ତିଆ ଉପସ୍ଥିତଥିଲେ। ପଡ଼ାବାସୀ ରାସ୍ତା ଦୁଇ କଡରେ ଡ୍ରେନ କରିବା ପାଇଁ ବିଧାୟକଙ୍କ ନିକଟରେ ଦାବି କରିଥିଲେ।

kalyan agarbati

Comments are closed.