www.samajalive.in
Sunday, December 7, 2025
18.1 C
Bhubaneswar

ଶୀତରେ ଚିନା ବାଦାମ ଖାଇବାର ୧୦ ଚତ୍ମକାରୀ ଲାଭ

ଶୀତ ଋତୁରେ ଚିନା ବାଦାମ ଖାଇବାର ମଜା ନିଆରା । ଏଥିରେ ପ୍ରାୟତଃ ସବୁ ପ୍ରକାର ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ଏହାକୁ ଶସ୍ତା ବାଦାମ ମଧ୍ୟ କୁହାଯାଏ । ଏଥିରେ ଥିବା ପ୍ରର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଶାରୀରିକ ବୃଦ୍ଧିରେ ସହାୟକ ହୋଇଥାଏ । ଯଦି କୌଣସି କାରଣରୁ କ୍ଷୀର ପିଅନ୍ତି ନାହିଁ, ତେବେ ଚିନା ବାଦାମ ଖଇବା ଉତ୍ତମ ବିକଳ୍ପ ହୋଇପାରେ । ତେବେ ଆସନ୍ତୁ ଜାଣିବା ଚିନା ବାଦାମର ଲାଭକାରୀ ଗୁଣ ବିଷୟରେ……

ଚିନା ବାଦାମ ଓଜନ କମ୍ କରିବାରେ ସହାୟକ ହୁଏ । ଚିନା ବାଦାମ ଖାଇଲେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ହୋଇ ନଥାଏ । ଯାହା ଦ୍ବାରା ଓଜନ ନିୟନ୍ତ୍ରିତ ରହିଥାଏ ।

- Advertisement -

ଆଣ୍ଟି-ଅକ୍ସିଡାଣ୍ଟ ଏବଂ ମିନେରାଲ୍ସ ଭରପୁର ମାତ୍ରାରେ ଥିବା କାରଣରୁ ଚିନା ବାଦାମ ବ୍ରେନ୍ ଷ୍ଟ୍ରେକ୍ ଓ ହୃଦଘାତ ଜନିତ ରୋଗର ଆଶଙ୍କା କମ୍ ହୋଇ ଯାଇଥାଏ । ଏହା ସହ ବିଷାଦଗ୍ରସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଚିନା ବାଦାମରେ ଅଧିକ ମାତ୍ରାରେ ଫାଇଟୋଷ୍ଟେରୋଲ ରହିଥିବା କାରଣରୁ କର୍କଟ ରୋଗରୁ ସୁରକ୍ଷା ଦେଇଥାଏ ।

ଏଥିରେ ମାଙ୍ଗାନିଜ ସହ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଯାହା ଦ୍ବାରା ରକ୍ତରେ ସୁଗାର ମାତ୍ରାକୁ ନିୟନ୍ତ୍ରିତ ରଖିଥାଏ । ଏକ ରିପୋର୍ଟ ଅନୁଯାୟୀ ଚିନା ବାଦାମ ଖାଇବା ଦ୍ବାରା ମଧୁମେହ ୨୧ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇ ଯାଇଥାଏ ।

ଚିନା ବାଦାମରେ ଖାଇବା ଦ୍ବାରା ରକ୍ତରେ କୋଲେଷ୍ଟର ମାତ୍ରା ନିୟନ୍ତ୍ରିତ ରହିଥାଏ ।

ଚିନା ବାଦାମ ଖାଇବା ଦ୍ବାରା ମହିଳାମାନଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ । ଏହା ସହ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଉତ୍ତମ ରହିଥାଏ । ତେଣୁ ଗର୍ଭାବତୀ ମହିଳାଙ୍କୁ ଚିନା ବାଦାମ ଖାଇବାକୁ ପରାମର୍ଶ ଦିଆଯାଏ ।

ଏକ ରିପୋର୍ଟ ଅନୁଯାୟୀ, ମହିଳା ଗର୍ଭାବତୀ ସମୟରେ ଏବଂ ପୂର୍ବରୁ ଅତି କମରେ ୪୦୦ ଗ୍ରାମ୍ ଚିନା ବାଦାମ ସେବନ କରିବା ଉଚିତ୍ । ଯାହା ଦ୍ବାରା ଜନ୍ମ ସମୟରେ ଶିଶୁ ହୃଷ୍ଟପୃଷ୍ଟ ହୋଇଥାଏ ।

ଚିନା ବାଦାମ ସ୍ବାସ୍ଥ୍ୟ ସହ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ଅଟେ ।

ଚିନା ବାଦାମରେ ଭିଟାମିନ୍ ସି ରହିଥାଏ । ଯାହା ଥଣ୍ଡା ଓ କାଶ ଭଳି ସମସ୍ୟାରୁ ସୁରକ୍ଷିତ ରଖିଥାଏ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories