www.samajalive.in
Sunday, December 7, 2025
13.1 C
Bhubaneswar

ନିଃସର୍ତ୍ତ କ୍ଷମା ମାଗିବେ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଲାଗି ସୁପ୍ରିମକୋର୍ଟ ଆପ୍‌ର ନିଲମ୍ବିତ ସାଂସଦ ରାଘବ ଚଢାଙ୍କୁ ନିର୍ଦେଶ ଦେଇଛନ୍ତି। ରାଘବଙ୍କ କ୍ଷମା ପ୍ରାର୍ଥନାକୁ ରାଜ୍ୟସଭା ଅଧ୍ୟକ୍ଷ ଦୟାପୂର୍ବକ ଗ୍ରହଣ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୁପ୍ରିମକୋର୍ଟ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ବିିଚାରପତି ଜେବି ପର୍ଡିୱାଲ ଓ ବିଚାରପତି ମନୋଜ ମିଶ୍ରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ରାଘବଙ୍କ ପକ୍ଷରୁ କରାଯାଇଥିବା ନିଲମ୍ବନ ଆଦେଶ ବିରୋଧୀ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ରାଘବ ସାକ୍ଷାତ ପୂର୍ବକ କ୍ଷମା ମାଗିବା ଓ ମାମଲାର ପରବର୍ତ୍ତୀ ଘଟଣାକ୍ରମ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଦୀପାବଳି ଛୁଟି ପରେ ଅଦାଲତଙ୍କୁ ଅବଗତ କରାଇବେ।

ଗତ ମୌସୁମୀ ଅଧିବେଶନ କାଳରେ ରାଘବ ଚଢା ଅନେକ ସାଂସଦଙ୍କ ଅନୁମତି ବିନା ସେମାନଙ୍କ ନାମକୁ ବ୍ୟବହାର ଗୃହରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ବିବାଦୀୟ ଦିଲ୍ଲୀ ସେବା ବିଧେୟକକୁ ସିଲେକ୍ଟ କମିଟି ପଠାଇବା ଲାଗି ରାଘବ ଚଢାଙ୍କ ପକ୍ଷରୁ ଏକ ମିଳିତ ପ୍ରସ୍ତାବ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା। ରାଘବ ଚଢା ଯେଉଁ ପ୍ରସ୍ତାବ ଦେଇଥିଲେ ସେଥିରେ ବିଜେପି ଓ ଅନ୍ୟ ସାଂସଦଙ୍କ ନାମକୁ ଯୋଡିଥିଲେ। ମାତ୍ର ଯେଉଁ ସାଂସଦଙ୍କ ନାମକୁ ରାଘବ ପ୍ରସ୍ତାବରେ ଯୋଡିଥିଲେ ସେମାନଙ୍କ ଠାରୁ ଅନୁମତି ନେଇ ନଥିଲେ। ଏହା ଜାଣିବା ପରେ ବିଜେପି ସାଂସଦଙ୍କ ପକ୍ଷରୁ ଅଧ୍ୟକ୍ଷଙ୍କ ନିକଟରେ ଅଭି​‌େ​‌ଯାଗ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଅଭିଯୋଗ ଆଧାରରେ ଅଧ୍ୟକ୍ଷ ତାଙ୍କୁ ଗୃହରୁ ଅନିର୍ଦିଷ୍ଟ କାଳ ପାଇଁ ନିଲମ୍ବନ କରିଥିଲେ। ଏହା ସହିତ ଅଭିଯୋଗ ତଦନ୍ତ ଲାଗି ସ୍ବାଧିକାର କମିଟିକୁ ପଠାଇ ଦେଇଥିଲେ। ଯାହା ଏବେ ବିଚାରାଧୀନ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories