ଚେନ୍ନାଇ: ଦେଶର ପ୍ରତ୍ୟେକ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ସରକାର ୨୫ କୋଟି ଟଙ୍କା ଲେଖାଏଁ ଏମ୍ପିଲାଡ୍ ଫଣ୍ଡ ବା ସଂସଦୀୟ ହାତପାଣ୍ଠିର ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ପ୍ରକଳ୍ପ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ହାତପାଣ୍ଠିକୁ ପ୍ରତିବର୍ଷ ଦୁଇଟି ଲେଖାଏଁ କିସ୍ତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତଥାପି ସାଂସଦମାନେ ସେମାନଙ୍କ ହାତପାଣ୍ଠିର ସମ୍ପୂର୍ଣ୍ଣ ବିନିଯୋଗ କରିପାରିନାହାନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟାନୁଯାୟୀ, ଷୋଡ଼ଶ ଲୋକସଭାର ୫୪୩ ଜଣ ସାଂସଦଙ୍କ ମଧ୍ୟରୁ ମାତ୍ର ୩୫ ଜଣ ସାଂସଦ ସେମାନଙ୍କ ହାତପାଣ୍ଠିର ସମ୍ପୂର୍ଣ ବିନିଯୋଗ କରିପାରିଛନ୍ତି। ୨୦୧୪ ରୁ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସେହି ସବୁ ସଂସଦୀୟ କ୍ଷେତ୍ରରେ ସମ୍ପୂର୍ଣ୍ଣ କରାଯାଇପାରିଛି।
ତଥ୍ୟାନୁଯାୟୀ ଦକ୍ଷିଣ ଭାରତର କୌଣସି ଗୋଟିଏ ହେଲେ ସଂସଦୀୟ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ଲାଡ୍ଫଣ୍ଡ ବିନିଯୋଗ କରିପାରିନାହାନ୍ତି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ,ଗୁଜରାଟ, ହରିଆନାରେ ଏକ ବା ଏକାଧିକ ସଂସଦୀୟ କ୍ଷେତ୍ରରେ ଲାଡ୍ ଫଣ୍ଡ ସମ୍ପୂର୍ଣ୍ଣ ବିନିଯୋଗ କରାଯାଇପାରିଛି। ପଶ୍ଚିମବଙ୍ଗର ୧୦ଟି ସଂସଦୀୟ କ୍ଷେତ୍ରରେ ୨୫ କୋଟି ଟଙ୍କାର ଲାଡ୍ଫଣ୍ଡ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରାଯାଇପାରିଛି।
ମାତ୍ର ୩୫ ସାଂସଦ ଖର୍ଚ୍ଚ କରିଛନ୍ତି ପୂର୍ଣ୍ଣ ହାତପାଣ୍ଠି
Popular Categories



