www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ଧୁପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ସାଂସଦ

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧୁପୁର ପଞ୍ଚାୟତରେ ସ୍ଥାନୀୟ କଟକ ସାଂସଦ ଭର୍ତୃହରି ମହତାବଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପଳାସ କମୁନିଟ୍‍ ସେଣ୍ଟର , ପଥରକଣ୍ଟା କମ୍ୟୁନିଟ୍‍ ସେଣ୍ଟର, ଅରେଇ ଭୀମେଶ୍ୱର ମହାଦେବ କମ୍ୟୁନିଟ୍‍ ସେଣ୍ଟର, ମା’ ମଙ୍ଗଳା କମ୍ୟୁନିଟ୍‍ ସେଣ୍ଟର ଓ ଭାବରଚାନ୍ଦ ମା’କମ୍ୟୁନିଟ୍‍ ସେଣ୍ଟରର ଶୁଭ ଶିଳାନାସ କରିଥିଲେ। ପରେ ଭାବରଚାନ୍ଦ ଛକରେ ସୁରଥ କୁମାର ରାଉତଙ୍କ ତତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ ଶଶୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାଂସଦ ଶ୍ରୀ ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ହେମନ୍ତ କୁମାର ଲେଙ୍କା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟା କବିତା ରାଉତ , ନାଏବ ସରପଞ୍ଚ କାମିନୀ ମଲ୍ଲିକ, ଶିକ୍ଷାବିତ୍‍ ସହଦେବ ଦାସ, ଯୋଗଦେଇଥିଲେ। ଏହି ଅବସରରେ ସାଂସଦ ସ୍ଥାନୀୟ ଉକ୍ତ ଅଞ୍ଚଳର ୬୫ ଜଣ ବୃଦ୍ଧ ବୃଦ୍ଧାଙ୍କୁ ଭତୟତ୍ତା ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଯୁବନେତା ଚନ୍ଦ୍ରକାନ୍ତ ପରିଡା, ରିତିକାନ୍ତ ମହାନ୍ତି, ଚିତରଂଜନ ସ୍ୱାଇଁ, ଅନୀଲ ସାମଲ, ବିଶ୍ୱଜିତ୍‍ ସ୍ୱାଇଁ, ହଳଧର କାଣ୍ଡି, ବୈକୁଣ୍ଠନାଥ ବରାଳ, ରବିନ୍ଦ୍ର ଭୋଇ ପ୍ରମୁଖ ବହୁ ଦଳୀୟ କର୍ମୀ କର୍ମକର୍ତା ସାଂସଦଙ୍କୁ ଏକ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ। ସାଂସଦଙ୍କ ପ୍ରତିନିଧି ମିଲନ୍‍ ଭୂୟାଁ ଏହି ଉତ୍ସବରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories