www.samajalive.in
Wednesday, December 10, 2025
14.1 C
Bhubaneswar

ଅନ୍ନର ଋଣ ଶୁଝିଲା ବୁଲା କୁକୁର

ଭୋପାଳ: ନିୟମିତ ଖାଇବାକୁ ଦେଉଥିବା ଜଣେ ମହିଳାଙ୍କୁ ରକ୍ଷା କରିବାକୁ ଯାଇ ମଧ୍ୟପ୍ରଦେଶର ଏକ ବୁଲା କୁକୁର ଗୁରୁତର ହୋଇଛି। ତାଙ୍କରି ହାତ ରନ୍ଧା ଭୋକ ମେଣ୍ଟାଇ ଥାଏ ରାସ୍ତାରେ ବୁଲୁଥିବା ଏହି କୁକୁରର। ତେଣୁ ଅନ୍ନଦାତାଙ୍କୁ ଉତ୍ପୀଡ଼ନରୁ ରକ୍ଷା କରିବାକୁ ଯାଇ ଆତତାୟୀଙ୍କ ଛୁରା ମାଡ଼ରେ ଗୁରୁତର ହୋଇଛି କୁକୁର।
ଭୋପାଳର ଛୋଲା ଅଞ୍ଚଳରେ ଘଟିଛି ଏହି ଘଟଣା। ରାସ୍ତାର ଏହି କୁକୁରକୁ “ଶେରୁ’ ନାମରେ ନାମିତ କରି ନିୟମିତ ଖାଇବାକୁ ଦେଉଥିଲେ ଏକ ଦମ୍ପତି। ୨୯ବୟସ୍କ ଏହି ମହିଳା ରବିବାର ମଧ୍ୟାହ୍ନ ଭୋଜନ ପରେ ଘରେ ବିଶ୍ରାମ ନେଉଥିଲେ। ମଧ୍ୟାହ୍ନ ଭୋଜନରେ ବଳକା ଖାଦ୍ୟ ଖାଇ ପରିସର ମଧ୍ୟରେ ବିଶ୍ରାମ ନେଉଥିଲା ଶେରୁ। ଏହି ସମୟରେ ମାଲିକାଣୀଙ୍କ ଚିତ୍କାର ଶେରୁକୁ ଚକିତ କରିଥିଲା। ଘର ଭିତରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ମାଲିକାଣୀଙ୍କୁ ଆକ୍ରମଣ କରିବାର ଦୃଶ୍ୟ ଦେଖି କାଳ ବିଳମ୍ବ ନକରି ତାଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳକୁ ଡେଇଁ ପଡ଼ିଥିଲା ଶେରୁ। କୁକୁରଠାରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟକ୍ତିଜଣକ ଏକ ଧରୁଆ ଛୁରାରେ ଶେରୁକୁ ଆକ୍ରମଣ କରିଥିଲା। ଛୁରାଘାତରେ ଶେରୁର ଡାହାଣ ଗୋଡ଼ କଟିଯାଇଥିଲା। ତେବେ ଆଘାତକୁ ଭ୍ରୁକ୍ଷେପ ନକରି ମାଲିକାଣୀକୁ ରକ୍ଷା କରିବାକୁ ଉଦ୍ୟମ ଜାରି ରଖିଥିଲା ଶେରୁ। ଫଳରେ ବାଧ୍ୟ ହୋଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା ଦୁର୍ବୃତ୍ତ।
ପରେ ଏହି ଘଟଣା ଛୋଲା ପୁଲିସ ନିକଟରେ ପହଞ୍ôଚ ଥିଲା। ମହିଳାଙ୍କ ପ୍ରତିବେଶୀ ସୁନୀଲ ନାମକ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା। ନିଶାସକ୍ତ ଅବସ୍ଥାରେ ସୁନୀଲ ପଡ଼ୋଶୀ ମହିଳାଙ୍କୁ ଉତ୍ପୀଡ଼ନ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories