www.samajalive.in
Sunday, December 7, 2025
26.1 C
Bhubaneswar

ସଂସଦୀୟ କ୍ଷେତ୍ରର କୋଭିଡ୍‍ ସମୀକ୍ଷା କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ: କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲାରେ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଚ୍ୟୁତ ସାମନ୍ତ ନିୟମିତ ସମୀକ୍ଷା ଜାରି ରଖିଛନ୍ତି। ପ୍ରତି ସପ୍ତାହରେ ସଂସଦୀୟ କ୍ଷେତ୍ରର ବିଭିନ୍ନ ଜିଲାପାଳଙ୍କ ସହ କୋଭିଡ୍‍ ପରିଚାଳନା ନେଇ ଆଲୋଚନା କରିଆସୁଛନ୍ତି। ଚଳିତ ସପ୍ତାହରେ ସାଂସଦ ଶ୍ରୀ ସାମନ୍ତ ବୌଦ୍ଧ ଓ କନ୍ଧମାଳ ଜିଲାପାଳଙ୍କ ସହ ଟେଲିଫୋନ ଯୋଗେ ଉଭୟ ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ। ଇତି ମଧ୍ୟରେ ବୌଦ୍ଧ ଓ କନ୍ଧମାଳ ଜିଲାକୁ ମଧ୍ୟ କରୋନା ବ୍ୟାପିଥିବା ବେଳେ କୋଭିଡ୍‍ ପରିଚାଳନା କ୍ଷେତ୍ରରେ ଜିଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ପୂର୍ଣ୍ଣମାତ୍ରାରେ ଲାଗି ପଡ଼ିଛନ୍ତି। ଯାହା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣରେ ସଫଳତା ମିଳିପାରିଛି। ବୌଦ୍ଧ ଜିଲାରେ ୧୨୦ ଶଯ୍ୟା ଓ ଭେଣ୍ଟିଲେଟର୍‍ ସହ ୬ ଆଇସିୟୁ ଥିବା ବେଳେ କୋଭିଡ୍‍ କେୟାର କେନ୍ଦ୍ରରେ ୨୦୦ ଶଯ୍ୟା ଉପଲବ୍‍ଧ ରହିଛି। ରବିବାର ସୁଦ୍ଧା ୬୦ଜଣ କରୋନା ସଂକ୍ରମିତ ରୋଗୀ ଚିକିତ୍ସାଧୀନ ରହିଥିବା ସାଂସଦ ଜାଣିବାକୁ ପାଇଛନ୍ତି। ସଂପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ପ୍ଲାଣ୍ଟ ଖୋଲିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ପରେ ଏବେ ବୌଦ୍ଧ ଜିଲ୍ଳାକୁ ଏକ ପ୍ଲାଣ୍ଟ ମିଳିଛି। ବୌଦ୍ଧ ଏନ୍‍ଏଚ୍‍ଆଇ ଏହାର ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ପ୍ଲାଣ୍ଟର ବୈଷୟିକ କାର୍ଯ୍ୟ ଡିଆର୍‍ଡିଏ ହାତକୁ ନେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଆରମ୍ଭ ହେବ। ସେହିପରି କନ୍ଧମାଳ ଜିଲାକୁ ମଧ୍ୟ ଏକ ଅମ୍ଳଜାନ ପ୍ଲାଣ୍ଟ ମିଳିଥିବା ବେଳେ ଖୁବ୍‍ ଶୀଘ୍ର ଏଠାରେ କାମ ଆରମ୍ଭ ହେବାକୁ ଯାଉଛି।

 

- Advertisement -

ବୌଦ୍ଧ ଓ କନ୍ଧମାଳ ଜିଲାରେ ଅମ୍ଳଜାନ ପ୍ଲାଣ୍ଟ ନିର୍ମାଣ ହେବାକୁ ଯାଉଥିବାରୁ ସାଂସଦ ସନ୍ତୋଷ ପ୍ରକାଶ କରି ଭାରତ ସରକାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ ଚାଲୁ ରହିଥିବା ବେଳେ ଏହାର ପରିଚାଳନା ଦାୟିତ୍ୱ କିମ୍‍ସକୁ ଦିଆଯାଇଛି। ଏଥିରେ ୮୦ ସାଧାରଣ ଶଯ୍ୟା,୨୦ ଏଚଡିୟୁ ଶଯ୍ୟା ଏବଂ ୨୦ ଆସିୟୁ ଶଯ୍ୟା ରହିଥିବା ବେଳେ ଏବେ ୫୨ଜଣ ରୋଗୀ ରହିଛନ୍ତି ବୋଲି ସମୀକ୍ଷା ସମୟରେ ସାଂସଦ ଶ୍ରୀ ସାମନ୍ତ ଜାଣିବାକୁ ପାଇଛନ୍ତି। ଏଥିସହ ଜିଲାର ବିଭିନ୍ନ ସ୍ଥାନରେ ୭ଟି କୋଭିଡ୍‍ କେୟାର ସେଣ୍ଟର ରହିଥିବା ବେଳେ ଏଥିରେ ମୋଟ୍‍ ୧୨୯୫ ଶଯ୍ୟା ରହିଛି। କନ୍ଧମାଳ ଜିଲାପାଳ ଓ ଜିଲା ପ୍ରଶାସନିକ ଅଧିକାରୀମାନେ ମଧ୍ୟ କୋଭିଡ୍‍ ପରିଚାଳନା ପାଇଁ ଯଥେଷ୍ଟ ପ୍ରୟାସ ଜାରି ରଖିଛନ୍ତି। ସାଂସଦ ଶ୍ରୀ ସାମନ୍ତଙ୍କ ଦ୍ୱାରା ତାଲାବନ୍ଦ ସମୟରେ ଓଡ଼ିଶାର ୧୫ ଜିଲ୍ଲାରେ ଆରମ୍ଭ କରାଯାଇଥିବା ମଧ୍ୟାହ୍ନ ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ମଧ୍ୟ ସାମିଲ କରଯାଇଛି। ସେହିପରି ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ସହ କୋଭିଡ୍‍ ପରିଚାଳନା ନେଇ ସାଂସଦ ଅଲୋଚନା କରିଥିବା ବେଳେ ଭଞ୍ଜନଗରରେ କୋଭିଡ୍‍ ପରିଚାଳନା ନେଇ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସହ ଆଲୋଚନା କରିଥିଲେ। କନ୍ଧମାଳ ସଂସଦୀୟ କ୍ଷେତ୍ର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସାଂସଦ ଶ୍ରୀ ସାମନ୍ତ ସୂଚନା ଦେଇ କହିଛନ୍ତି ସଂସଦୀୟ କ୍ଷେତ୍ରରେ କୋଭିଡ୍‍ ନେଇ ଯେତେବେଳେ ଯାହା ଆବଶ୍ୟକ ହେବ ସେ ତୁରନ୍ତ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି। ଶ୍ରୀ ସାମନ୍ତ ଭୁବନେଶ୍ୱର ରହୁଥିବାରୁ ସଂସଦୀୟ କ୍ଷେତ୍ରରୁ ଭୁବନେଶ୍ୱରକୁ ଆସୁଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝୁଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories