ଡେସ୍କ: ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ୍ କେନ୍ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ଆଜି ଇଣ୍ଡିଆ ପାଭିଲିୟନ୍କୁ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଅଧିବେଶନରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଭାସୀ ଜରିଆରେ ଉଦ୍ବୋଧନ ଦେବେ। ଟ୍ୱିଟ ମାଧ୍ୟମରେ ଶ୍ରୀ ମୁରୁଗାନ୍ କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଉଥିବାରୁ ନିଜକୁ ଗୌରବାନ୍ୱିତ ମନେକରୁଥିବା ଜଣାଇଛନ୍ତି। ସେ କହିଛନ୍ତି, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବର ମୁହୂର୍ତ୍ତ। ଚଳଚ୍ଚିତ୍ର ନିର୍ମାତା ଗୁନୀତ ମୁଙ୍ଗା ଓ ଅଭିନେତ୍ରୀ ମନୁଷୀ ଚିଲ୍ଲ, ଇଶା ଗୁପ୍ତା ଓ କଙ୍ଗବାମ୍ ତୋମ୍ବା ମଧ୍ୟ କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଯୋଗଦେଇଛନ୍ତି।
କେନ୍ସ ଆନ୍ତର୍ଜାତିକ ଚଳଚ୍ଚିତ୍ର ଅନ୍ତର୍ଗତ ଇଣ୍ଡିଆ ପାଭିଲିୟନ୍କୁ ଉଦ୍ଘାଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗାନ୍
Popular Categories



