www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ଶିବିରରେ ୮୦୦ରୁ ଅଧିକ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା

ରେଢ଼ାଖୋଲ: ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ବଡ଼ମାଳ ଜୟ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଶନିବାର ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ୫୪ ତମ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର  ପରିଚାଳନା ଟ୍ରଷ୍ଟି ପ୍ରଫେସର ଡ଼. ଦତ୍ତ୍ୱେଶ୍ୱର ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରକୁ ଲୋକ ସେବକ ମଣ୍ଡଳର ସମ୍ପାଦକ ତଥା ଦୈନିକ ସମାଜ ଖବର କାଗଜର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥିଙ୍କ ସମେତ ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଗଧନେଶ୍ୱର ହୋତା, ସଚିବ ରାଜେଶ୍ଵରୀ ହୋତା, ସିଡିଏମ ସମ୍ବଲପୁର ଡ଼. ପ୍ରଦୀପ କୁମାର ହୋତା, ରେଢ଼ାଖୋଲ ଡ଼ିଏଫଓ ଡ଼. ଏଲଭରସନ କେ, ଆଇଏଏସ ଶୁଭ୍ରା ପଣ୍ଡା ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।

- Advertisement -

ଶିବିରରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବୁର୍ଲା ଏବଂ ବଲାଙ୍ଗୀରରୁ ବିଭିନ୍ନ ବିଭାଗର ବିଶେଷଜ୍ଞ, ଏବଂ ସୁପର ସ୍ପେଶାଲିଷ୍ଟ ଯୋଗଦେଇ ଚିକିତ୍ସା କରିଥିଲେ। ଶିବିରରେ ୮ଶହରୁ ଅଧିକ ରୋଗୀ ଚିକିତ୍ସା ପାଇଁ ପଞ୍ଜୀକରଣ କରିଥିଲେ। ରୋଗୀମାନଙ୍କୁ ମାଗଣାରେ ଚଷମା, ଲମ୍ବର ବେଲ୍ଟ, ସରଭାଇକାଲ କୋଲାର ଏବଂ ଆଣ୍ଠୁ କ୍ୟାପ ସହିତ ଔଷଧ ବଣ୍ଟନ କରାଯାଇଥିଲା। ଫିଜିଓ ଥେରାପି ତାଲିମ ମଧ୍ୟ୍ୟ ଦିଆଯାଇଥିଲା। ଶିବିରକୁ ୬୦ ଜଣ ପାରାମେଡିକାଲ ଏବଂ ସହାୟକ କର୍ମଚାରୀଙ୍କ ଏକ ଦଳ ସୁଗମ ପରିଚାଳନା ଦିଗରେ ସାହାଯ୍ୟ କରିଥିଲେ। ସ୍ୱାସ୍ଥ୍ୟ ସଚେତନତା, ବିଭିନ୍ନ ରୋଗ ଚିହ୍ନଟ, ମାଗଣା ଔଷଧ, ଚଷମା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସହାୟକ ଉପକରଣ ଯୋଗାଇବା ପାଇଁ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଅଂଚଳରେ ଏହି ଶିବିର ଆୟୋଜନ କରାଯାଇଥିଲା। ଅପହଞ୍ଚ ଲୋକଙ୍କ ପାଖରେ ପହଂଚିବା, ଅବହେଳିତ ଲୋକଙ୍କ ସେବା କରିବା ହେଉଛି ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ମୂଳ ମନ୍ତ୍ର ବୋଲି ପରିଚାଳନା ଟ୍ରଷ୍ଟି ଡ଼. ହୋତା କହିଛନ୍ତି।

ଶିବିରରେ ଦନ୍ତ ଚିକିତ୍ସକ ଡ଼. ଗୌରବ ଶର୍ମା, ଡ଼. କାମଳିତ ଭର୍ମା, ଇଏନଟି ବିଭାଗର ଡ଼. ସୁଜିତ ବ୍ରହ୍ମା, ଚକ୍ଷୁ ବିଭାଗର ଡ଼. ସିଦ୍ଧାନ୍ତ ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗର ଡାକ୍ତରମାନେ ଉପସ୍ଥିତ ରହି ଚିକିତ୍ସା କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories