www.samajalive.in
Tuesday, December 9, 2025
23.1 C
Bhubaneswar

କାମ ନ ସରୁଣୁ ବିଦ୍ୟାଳୟ କାନ୍ଥରେ ଫାଟ

ମୋହନା: ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ରାଜ୍ୟ ସରକାର ବିଭିନ୍ନ ଦିଗରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି। ଏପରିକି ବଡ଼ ବଡ଼ କୋଠା ମଧ୍ୟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରୁଛନ୍ତି। କିନ୍ତୁ ତାହା ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ନିମ୍ନମାନର ନିର୍ମାଣ ହେଉଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକର ଖାରିଗୁଡ଼ା ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏଠାରେ ନିର୍ମାଣଧିନ କୋଠାକୁ ଦେଖିଲେ ଜଣା ପଡୁଛି ଏଠି ସରକାରଙ୍କ ପକ୍ଷରୁ ଆସିଥିବା କୋଠା ନିର୍ମାଣ ଟଙ୍କା ବାଟବଣା ହେବା ସହ ନିମ୍ନମାନର କାମ ହୋଇଥିବା ଜଣାପଡୁଛି।

ଦୀର୍ଘ ଦିନ ଧରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୋଠା ନିର୍ମାଣ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗୁହାରି ଜଣାଇଥିଲେ। ଶେଷରେ କୋଠା ନିର୍ମାଣ ପାଇଁ ଟଙ୍କା ମଞ୍ଜୁରୀ ହୋଇଥିଲା। ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ଵ ନେଇଥିଲା। ନିର୍ମାଣ ହେଉଥିବା ବିଦ୍ୟାଳୟ କୋଠା ୯୦ ପ୍ରତିଶତ ନିର୍ମାଣ ସରିଲାଣି ହେଲେ କୋଠାର ଚତୁଃପାର୍ଶ୍ୱରେ ଫାଟସୃଷ୍ଟି ହେବାରେ ଲାଗିଲାଣି। ଏପରିକି ବିଦ୍ୟାଳୟ କୋଠା ନିର୍ମାଣ ସରିବାକୁ ବସିଲାଣି କିନ୍ତୁ ଫଳକ ନ ମାରି ଚାଲିଛି କାମ। ଅପରପକ୍ଷେ ହଷ୍ଟେଲ ଗୃହର କାମ ଅନେକ ବର୍ଷରୁ ସମ୍ପୁନ୍ନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ କମିଟିକୁ ହସ୍ତାନ୍ତର କରାଯାଇନି।

- Advertisement -

ସେହିଭଳି ରାଇପଙ୍କାରେ ମଧ୍ୟ ବିଦ୍ୟାଳୟ କୋଠା ନିର୍ମାଣ ହୋଇଥିଲା ୨୦୧୫ ମସିହାରେ। ଏହା ମଧ୍ୟରେ ଦୀର୍ଘ ୪ବର୍ଷ ବିତିଯାଇଥିଲେ ମଧ୍ୟ ସରକାରୀ ସ୍ତରରେ ବିଦ୍ୟାଳୟକୁ ହସ୍ତାନ୍ତର ହୋଇପାରିନି। ଯାହାରି ଫଳରେ ୨୦୧୯ରେ ଗ୍ରାମର ଜନୈକ ବ୍ୟକ୍ତି ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ କୋଠାର ଚାବି ଦେଇଥିଲେ। ସେହି ବିଦ୍ୟାଳୟ କୋଠା ମଧ୍ୟ ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଛି। ଚାରିଆଡେ କାନ୍ଥଫାଟି ଆଁ କଲାଣି। କେତେବେଳେ ଛାତ୍ର/ ଛାତ୍ରୀ ପାଠ ପଢିବା ସମୟରେ ଛାତ ଭୁଷୁଡି ପଡି ଅଘଟଣ ଘଟିବ ତାହାକୁ ଏଡାଇ ଦେଇ ହେବନି। ଗ୍ରାମ୍ୟ ଉନ୍ନୟନ ବିଭାଗର ଅବହେଳା ଯୋଗୁଁ ଏଭଳି ନିମ୍ନ ମାନର କାମ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ଏ ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା। ଏଣୁ ରାଜ୍ୟ ସରକାର ଏଭଳି ଯନ୍ତୀ ଓ ଠିକାଦାରଙ୍କ ପ୍ରତି ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ମହଲରେ ଦୃଢ ଦାବି ହୋଇଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories