www.samajalive.in
Sunday, December 7, 2025
26.1 C
Bhubaneswar

କିରୋସିନି ଚୋରା ଚାଲାଣ ଘଟଣା ; କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ

ମୋହନା : ରାଜ୍ୟ ସରକାର ଯୋଗାଉଥିବା ଗରିବ ପରିବାର ଓ ରେସନକାର୍ଡ଼ଧାରୀଙ୍କ ପାଇଁ ଆସୁଥିବା କିରୋସିନିକୁ ଚୋରି କରି ବିକ୍ରି ହେଉଥିବା ବେଳେ ଗ୍ରାମବାସୀ ଏନେଇ ଅଭିଯୋଗ କରିଥିଲେ। ମାତ୍ର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ, ମୋହନା ବ୍ଲକ ପିଣ୍ଡିକି ପଂଚାୟତର ଦଳିତ ସାହିରେ ଗତ ମେ ମାସ ୧୦ ତାରିଖରେ ୪୦୦ ଲିଟର କିରୋସିନି ଏକ ଟ୍ରାକ୍ଟରରେ ଲୋଡ ହୋଇ ଅନ୍ୟତ୍ର ବିକ୍ରୀ ଉଦ୍ଦେଶ୍ୟରେ ଯାଉଥିଲା। ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ଯୋଗାଣ ନିରୀକ୍ଷକ ସଞ୍ଜୟ ମଳିକଙ୍କୁ ଖବର ଦେଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ।  ମାତ୍ର ଘଟଣାକୁ ଏକ ମାସ ବିତିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପଂଚାୟତବାସୀ ଅଭିଯୋଗ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories