ଚନ୍ଦ୍ରଗିରି ଓ ମୋହନା ଠାରେ ମା’ ଗଜଲକ୍ଷ୍ମୀଙ୍କ ବିସର୍ଜନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଓ ମୋହନାଠାରେ ବୁଧବାର ସନ୍ଧ୍ୟାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଶୋଭାଯାତ୍ରା ବହୁ ଆଡ଼ମ୍ବରର ଶେଷ ହୋଇଇଯାଇଛି। ସାହିର ଛୋଟ ଛୁଆ ଠାରୁ ଆରମ୍ଭକରି ମା ମାନେ ମଧ୍ୟ ନାଚ ଗୀତ କରି ମା’ଙ୍କୁ ବିଦାୟ ଦେଇଛନ୍ତି। ଦୀର୍ଘ ତିନିଦିନ ଧରି ମା’ଙ୍କ ପୂଜା ଚନ୍ଦ୍ରଗିରି ଘଡାଇ ସାହିରେ ଅନୁଷ୍ଠିତ ହୋଇଥିଲା। ଚନ୍ଦ୍ରଗିରି ସରପଞ୍ଚ ରଜନୀକାନ୍ତ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ ରହି ପୂଜାର୍ଚ୍ଚନା କରିଥିଲେ। ମଙ୍ଗଳବାର ଦିନ ମା’ଙ୍କ ଲାଗି ଅନ୍ନଭୋଗ ଅନୁଷ୍ଠିତ ହେବାସହ ଅଞ୍ଚଳର ସମସ୍ତ ଭକ୍ତ ମାନେ ମଧ୍ୟ ପ୍ରବଳ ବର୍ଷା ସତ୍ବେ ପ୍ରସାଦ ସେବନ କରିଥିଲେ। ଏହି ପୂଜାରେ ପ୍ରତ୍ୟେକ ଦିନ ସାହିରେ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳୁଥିଲା । ଏହିପୂଜାକୁ ଦୀର୍ଘ ୩0 ବର୍ଷ ଧରି ସାହିର ଯୁବକ ଓ ଯୁବତୀମାନେ ଅତି ନିଷ୍ଠାର ସହ ପାଳନ କରିଥାନ୍ତି। ଯୁବ ଗୋଷ୍ଠୀ କମଲ ଲୋଚନ ଜେନା, ହରେକୃଷ୍ଣ ପାଇକ, ବଳରାମ ପାଇକ, ରାଜକୁମାର ଘଡାଇ, ଅଭିନାଶ ପ୍ରଧାନ, ଅଶୋକ କୁଆର ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ହାଇସ୍କୁଲ ଛକରେ ଶ୍ରୀ ଗଣେଶ ବଣିକମାନେ ସଂଘ ପକ୍ଷରୁ କମିଟିର ସଦସ୍ୟମାନଙ୍କ ଦ୍ବାରା ଯାକଜକମରେ ସୁସଜ୍ଜିତ ଆଲୋକସଜ୍ଜା ସାଙ୍ଗକୁ ଭଜନ ସମାରୋହ, ସର୍ବସାଧାରଣଙ୍କ ପାଇଁ ଅନ୍ନଭୋଗ ହୋଇଥିବା ବେଳେ ବୁଧବାର ଦିନ ସଂଘ କର୍ମକର୍ତ୍ତାଙ୍କ ଦ୍ଵାରା ମା’ଙ୍କୁ ହରଭଙ୍ଗି ନଦୀରେ ବିସର୍ଜନ କରାଯାଇଥିଲା।

Comments are closed.