ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅଧିନ ସ୍ଥାନୀୟ ଅଡ଼ବା ବଜାରରେ ଗତ ୨୩ ତାରିଖରେ ରଞ୍ଜିତା ବେହେରାଙ୍କ ପରିବା ଦୋକାନରୁ ଅଡବା ଛକରେ ଜଳଖିଆ ଦୋକାନରେ କାମ କରୁଥିବା ଏକ ପିଲା ୧୦ଟଙ୍କାର ଲେମ୍ବୁ କିଣିଥିଲେ। ହେଲେ ଲେମ୍ଭୁରୁ ରସ ନ ବାହାରିବାରୁ ଦୀପକ ପାତ୍ର, ଅନନ୍ତ ପାତ୍ର, ରବି ପାତ୍ର ପରିବା ଦୋକାନକୁ ଆସି ରଞ୍ଜିତାଙ୍କ ସହ ଗଣ୍ଡଗୋଳ କରି ନୀଚ୍ଚ ଜାତି କହି ଅସଦ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ରଞ୍ଜିତା ବେହେରା ଓ ତାଙ୍କ ସ୍ୱାମୀ କାଳୁ ବେହେରା। ଅଭିଯୋଗ ପାଇବା ପରେ ଅଡ଼ବା ଥାନାରେ ମାମଲା ରୁଜୁ ହୋଇଛି। ଯାହାର ତଦନ୍ତ ଭାର ଏସଡିପିଓ ଦିଲ୍ଲୀପ କୁମାର ନାୟକ ନେଇଛନ୍ତି। ଏହା ସହ ତିନି ଜଣଙ୍କୁ ପୁଲିସ ନୋଟିସ ଜାରି କରିଥିବା ଜଣାପଡ଼ିଛି। ସାମାନ୍ୟ ଲେମ୍ଭୁ କିଣାକୁ ନେଇ ଏଭଳି ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଥିବାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଛି।
Popular Categories



