ମୋହନାରେ ଗଡ଼ିଲା କୋଭିଡ ସଚେତନତା ରଥ

ମୋହନା: ଗଜପତି ଜିଲ୍ହା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ଼କ୍ଟର ନମିତା ପଣ୍ଡା ପତକା ଦେଖାଇ ଏହି ରଥର ଶୁଭ ଆରମ୍ଭ କରିଥିଲେ। ସେ ଲୋକମାନଙ୍କୁ ସଚେତନର ବାର୍ତ୍ତା ଦେବା ସହ କିପରି ମୋହନା ବ୍ଲକରେ ସମସ୍ତେ କୋଭିଡ ଟୀକା ପାଇପାରିବେ , କୋଭିଡ ଟୀକା ପାଇବାରୁ ୧୨ ହଜାର ଲୋକ ବଞ୍ଚିତ ଥିବା ସମ୍ପର୍କରେ କହିଥିଲେ। ଏହି ରଥ ସାହାଯ୍ୟରେ ସମସ୍ତ ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ସଚେତନତା ରଥର ବାର୍ତ୍ତା ପହଁଚିଲେ ଏହି ୧୨ ହଜାର ପଛକୁ ଥିବା ଟୀକା ସମ୍ପୂର୍ଣ ହୋଇପାରିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

Comments are closed.