www.samajalive.in
Sunday, December 7, 2025
26.1 C
Bhubaneswar

ଗମନାଗମନର ମାଧ୍ୟମ ବିପଦ ସଙ୍କୁଳ ବିଦ୍ୟୁତ ତାର, ଜୀବନକୁ ବାଜି ଲଗାଇ ନଦୀ ପାର

ମୋହନା: କେନ୍ଦ୍ର ସରକାରଙ୍କ ପକ୍ଷରୁ ରହିଥିବା ଅନେକ ଯୋଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ୟତମ।ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଲୋକଙ୍କ ନିକଟରେ ବିକାଶ ପହଞ୍ଚି ପାରୁନି। ରାଜ୍ୟ ସରକାର ଗଜପତି ଜିଲ୍ଲାକୁ ଅଧିକ ପ୍ରାଧାନ୍ୟ  ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏଠାକାର ବିକାଶ କହିଲେ ନସରେ । ସ୍ଥାନୀୟ ବ୍ଳକର ବିଭିନ୍ନ ଗ୍ରାମକୁ ଯିବାକୁ ହେଲେ ରାସ୍ତାରେ ପଡୁଛି ନଦୀ ନାଳ । ବର୍ଷାଦିନ ଆସିଲେ ଗମନାଗମନ ଠପ୍। ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ନଦୀ ନାଳ ପାର ହେବାକୁ ଭୟ କରୁଛନ୍ତି। ତଥାପି ପରିବାର ପ୍ରତିପୋଷଣ ,ସରକାରୀ କାମ ଓ ଜରୁରୀ କାମରେ  ବାଧ୍ଯ ହୋଇ ଜୀବନକୁ ବାଜି ଲଗାଇ ବିଦ୍ୟାଳୟ/ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ, ବାର୍ଦ୍ଧକ୍ୟ ଭତ୍ତା, ଟଙ୍କିକିଆ ଚାଉଳ ଆଣିବାକୁ ନଦୀ ପାର ହୋଇ ଯାଆନ୍ତି। ଏଭଳି ଏକ ଗ୍ରାମ ହେଉଛି ମୋହନା  ବ୍ଲକ ଠାରୁ ପ୍ରାୟ ୭୦ କିମି ଦୂରରେ ରହିଥିବା ଦୁର୍ଗମ ଗ୍ରାମ ଗରଡମା ପଞ୍ଚାୟତର ରାଜଖମା ଗ୍ରାମ। ଏହି ଗ୍ରାମରେ ବାସକରନ୍ତି ୩୫ ଘରର ୨୦୦ରୁ ଉର୍ଦ୍ଧ୍ଵ ଲୋକେ । ଏଠି ପାନୀୟ ଜଳର ଘୋର ଅଭାବ ସାଙ୍ଗକୁ ରାସ୍ତାଘାଟର ଦୂରାବସ୍ଥା ।ପଜ୍ଜା ରାସ୍ତା ନ ଥିବାରୁ ଲୋକଙ୍କ ବାରମ୍ଵାର ଅଭିଯୋଗ ପରେ ପ୍ରଶାସନ  ତିତିଲି ପରେ ଘାଟି କାଟି ମାଟି ପକାଇ ରାସ୍ତା ନିର୍ମାଣ କରିଥିଲା।
କିନ୍ତୁ ବର୍ଷାରେ ଧୋଇ ହୋଇଯାଇଛି ରାସ୍ତା । ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କିଛି ସ୍ଥାନରେ କଲଭର୍ଟ ନିର୍ମାଣ ହୋଇଛି। କିନ୍ତୁ ତାହାର ଭଉୟ ପାର୍ଶ୍ଵରେ ପଥର ବାଡ କି ମାଟି ମଧ୍ୟ ପକାଯାଇନି । ଯାହାଫଳରେ କଲଭର୍ଟର ଭଉୟ ପାର୍ଶ୍ଵ ବର୍ଷା ପାଣିରେ ଧୋଇ ହୋଇଯାଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ରାଜକୋଷରୁ ଟଙ୍କା ହଡପ କରିନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗରଡମା ପଞ୍ଚାୟତ କାର୍ଯ୍ୟାଳୟ ଓ ମୋହନା ବ୍ଳକକୁ ଯେକୌଣସି କାମରେ ଯିବାକୁ ହେଲେ ବେତାଗଣ୍ଡା, କୁରୁମା, କୁଟିପଦର, ରାଜଖମା, ଗୁରୁପଙ୍କା, ପଣିସଢିଅ ଆଦି ୭ ଖଣ୍ଡ ଗ୍ରାମର ଲୋକେ କନ୍ଧମାଳ ଜିଲ୍ଲା ଗଦାପୁର ନଦୀ ପାର ହୋଇ ଯିବାକୁ ପଡେ । ବର୍ଷାଦିନ ହେଲେ ବଢିଲା ନଈ ପାର ହୋଇଯିବା କାଠିକର ପାଠ। ଗ୍ରାମ ଗୁଡିକର କୌଣସି ଗର୍ଭବତୀ ମହିଳା କିମ୍ଵା ରୋଗୀଙ୍କୁ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେବାକୁ ହେଲେ ରସହଣ୍ଡାରେ ରଶି (ଦଉଡି) ବାନ୍ଧି ନଦୀ ପାର କରିବାକୁ ପଡୁଛି। ଗତ ଲଘୁଚାପ ଲଗାଣ ବର୍ଷାରେ ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବଳ ବେଗରେ ପ୍ରବାହିତ ହେବାରୁ ଲୋକେ ବିଦ୍ୟୁତ ତାର ନଦୀର ଉଭୟ ପାର୍ଶ୍ଵରେ ରହିଥିବା ଗଛକୁ ବାନ୍ଧି ପାର ହେଉଛନ୍ତି। ଏହି ଗଦାପୁର ନଦୀ ଉପରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତବାସୀ ନେତା, ମନ୍ତ୍ରୀ, ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରସାଶନକୁ ବିଭିନ୍ନ ସମୟରେ ଲିଖିତ ଓ ମୌଖିକ ଭାବେ ଜଣାଇଥିଲେ ମଧ୍ୟ ପ୍ରତିଶୃତି ପାଣିରେ ଗାର ଭଳି ରହିଯାଇଛି। ବହୁ ଦିନର ଏହି ଦାବିକୁ ପ୍ରଶାସନ ପୂରଣ କରି ନପାରିଲେ ଅଞ୍ଚଳବାସୀ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories