www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ରମିକ-କୃଷକ ଏବଂ କ୍ଷେତମଜଦୂରମାନଙ୍କ ସମସ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ମୋହନା: ସ୍ଵାଧିନତାର ୮୦ବର୍ଷ ପୂର୍ବେ ୧୯୪୨ ଅଗଷ୍ଟ ୯ ତାରିଖ ଦିନ ବିଦେଶୀ ଶାସକ ମାନଙ୍କ ବିରୋଧରେ  ଭାରତ ଛାଡ ଦିବସ ପାଳନ କରାଯାଇଥିଲା। ସେହି ସ୍ମୃରଣୀୟ ଦିବସରେ ସଂଘ ପକ୍ଷରୁ ବିଦେଶୀ ଓ ଦେଶୀ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କ ସ୍ଵାର୍ଥ ପାଇଁ ନେଇ ଚାଲିଥିବା ନୀତି ପରିତ୍ୟାଗ କରି ଓ ଜାତୀୟ ସଂପଦର ବିକ୍ରୀ ବନ୍ଦକରି ଦେଶକୁ ଏବଂ ଦେଶର ଜନସାଧାରଣଙ୍କ ଅଧିକାର ରକ୍ଷାକରିବା ନିହାତୀ ଜରୁରୀ ଅଟେ । ଏହି ପରିପେକ୍ଷୀରେ ସଂଘ ୧୨ଗୋଟି ଦାବୀ ଯଥା – ଶ୍ରମିକ ବିରୋଧି ୪ଟି ଶ୍ରମକୋର୍ଡ଼ , କୃଷକ ବିରୋଧି ୩ଟି କୃଷି ଆଇନ ଓ ବିଦ୍ୟୁତ ଘରୋଇକରଣ ବିଲ ବାତିଲ :ଏମ୍ଏସ୍‌ ସ୍ୱାମୀନାଥନ କମିଶନ୍ ସୁପାରିଶ ଅନୁଯାୟୀ ସମସ୍ତ କୃଷିଜାତ ଦ୍ରବ୍ୟ ଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନ ପ୍ରଣୟନ, ସମସ୍ତ ଲୋକଙ୍କୁ ମାଗଣାରେ କୋଭିଡ ଟୀକା ଡିସେମ୍ବର ୨୦୨୧ ସୁଦ୍ଧା ଦେବାର ବ୍ୟବସ୍ଥା କରିବା, ଆୟକର ଦେଉ ନ ଥିବା ପ୍ରତ୍ୟେକ ପରିବାରକୁ ମାସକୁ ୭ହଜାର ୫ଶହ ଟଙ୍କା ଓ ମୁଣ୍ଡପିଛା ୧୦ କିଲୋ ଚାଉଳ ୬ମାସ ପାଇଁ ଦିଆଯିବା, ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା,କୋଭିଡ ସମୟରେ କାମ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ଶ୍ରମିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ଓ ସେମାନଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା, ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଓ ଭାଗଚାଷୀ ମାନଙ୍କୁ ଚାଷୀର ଅଧିକାର ପ୍ରଦାନ କରିବା, ମନରେଗାରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ମଜୁରୀ ୬ ଶହ ଟଙ୍କା କରିବା ଓ ମହୁରୀ ପ୍ରଦାନ କ୍ଷେତ୍ରରେ ଆଦିବାସୀ ଓ ଦଳିତ ମାନଙ୍କୁ ଭିନ୍ନ ପର୍ଯ୍ୟାୟଭୁକ୍ତ ନକରିବା, ଓଡ଼ିଶାର ଛାତ୍ର/ରାତ୍ରୀମାନଙ୍କ ପାଠପଢ଼ା ପାଇଁ ଓଡ଼ିଶା ଦୂରଦର୍ଶନ ଚ୍ୟାନେଲ ଜରିଆରେ ସୁନିଶ୍ଚିତ ବ୍ୟବସ୍ଥା କରିବା,କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଠିକ ପଞ୍ଜିକରଣ କରି ସଂପୃକ୍ତ ପୀତିତ ପରିବାରଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଓ ପରିବାରର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା, ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଜନିତ କ୍ଷୟକ୍ଷତିର ଉପଯୁକ୍ତ କ୍ଷତିପୂରଣ ଆର୍ଥିକ ସହାୟତା ପ୍ରଦାନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନ୍‌ଡ଼ିଆରର୍ଏଫ.)ର ନିୟମାବଳୀକୁ ଓ (ଏସ୍‌ଡ଼ିଆରର୍ଏଫ୍)ର ନିୟମାବଳୀକୁ ସଂଶୋଧନ କରାଯିବା ଉପରେ ବିଭିନ୍ନ ଦାବୀ ସମ୍ଵଳିତ ସ୍ମାରକପତ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ସ୍ଥାନୀୟ ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡାଙ୍କ ଜରୀଆରେ ପଠାଇବା ପାଇଁ ଅନୁରୋଧ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories