www.samajalive.in
Sunday, December 7, 2025
14.1 C
Bhubaneswar

‘ମନ୍‍ କି ବାତ୍‍’ରେ ଦେଶର ବିବିଧତାକୁ ସ୍ମରଣ କଲେ ମୋଦୀ, କହିଲେ ‘ହୁନର୍‍ ହାଟ’ର କଥା

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍‍ କି ବାତ୍‍’ରେ ଦେଶର ବିଶାଳତା ଓ ବିବିଧତାକୁ ସ୍ମରଣ କରି କହିଛନ୍ତି ଯେ ଆମ ଦେଶର ବିଶାଳତା ଏବଂ ବିବିଧତାକୁ ଆମେ ସ୍ମରଣ କରିବା ଓ ପ୍ରଣାମ କରିବା ଉଚିତ କାରଣ ଏହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ। ସେ କହିଛନ୍ତି, ଏହି ବିବିଧତାର ଅନୁଭବ ସର୍ବଦା ଅଭିଭୂତ କରିଦେଲା ଭଳି, ଆନନ୍ଦରେ ଭରିଦେଲା ଭଳି ଯାହାଆମ ପାଇଁ ଏକ ପ୍ରକାର ପ୍ରେରଣାର ଉତ୍ସ ପାଲଟିଥାଏ। ଦିଲ୍ଲୀର ‘ହୁନର୍‍ ହାଟ‛ରେ ନିଜର ଅନୁଭୂତି ପ୍ରକାଶ କରି ସେ କହିଛନ୍ତି ଯେ ଗୋଟିଏ ଛୋଟିଆ ସ୍ଥାନରେ ଆମ ଦେଶର ବିଶାଳତା, ସଂସ୍କୃତି, ପରମ୍ପରା, ଖାଦ୍ୟପେୟ ଏବଂ ଭାବାବେଗର ବିବିଧତାଗୁଡ଼ିକର ସେ ଦର୍ଶନ କରିଛନ୍ତି। ସେ କହିଛନ୍ତି, ପାରମ୍ପରିକ ବସ୍ତ୍ର, ହସ୍ତଶିଳ୍ପ, ଗାଲିଚା, ବାସନ, ବାଉଁଶ ଆଉ ପିତଳର ସାମଗ୍ରୀ, ପଞ୍ଜାବର ଫୁଲ୍‍କାରୀ, ଆନ୍ଧ୍ରପ୍ରଦେଶର ସୁନ୍ଦର ଚମଡ଼ା କାମ, ତାମିଲନାଡ଼ୁର ଆକର୍ଷଣୀୟ ଚିତ୍ରକଳା, ଉତରପ୍ରଦେଶର ପିତଳ ବସ୍ତୁ, ଭଦୋହିର ଗାଲିଚା, କଚ୍ଛ୍‍ର ତମ୍ବା ତିଆରି ଜିନିଷ, ଅନେକ ପ୍ରକାର ବାଦ୍ୟଯନ୍ତ୍ର, ଆହୁରି ଅନେକ କିଛି; ସମଗ୍ର ଭାରତର କଳା ଓ ସଂସ୍କୃତିର ଝଲକ୍‍ ବାସ୍ତବରେ ସ୍ୱତନ୍ତ୍ର ଥିଲା। ଆଉ ଏସବୁ ପଛରେ ଶିଳ୍ପୀମାନଙ୍କ ସାଧନା, ନିଷ୍ଠା ଏବଂ ନିଜ କଳାକୁ ଭଲପାଇବାର କାହାଣୀ ମଧ୍ୟ ଖୁବ ପ୍ରେରଣାଦାୟକ।

ପ୍ରଧାନମନ୍ତ୍ରୀ ହୁନର୍‍ ହାଟରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କ କଥାଶୁଣି ଖୁବ ସନ୍ତୋଷ ଅନୁଭବ କରିଥିବା କହିଛନ୍ତି। ସେହି ଦିବ୍ୟାଙ୍ଗ ମହିଳା ମୋଦୀଙ୍କୁ କହିଲେ ଯେ, ଆଗରୁ ସେ ଫୁଟ୍‍ପାଥରେ ନିଜର କଳାକୃତି ବିକ୍ର କରୁଥିଲେ। କିନ୍ତୁ ହୁନର୍‍ ହାଟ ସହ ଯୋଡ଼ି ହେବାପରେ ତାଙ୍କର ଜୀବନ ବଦଳିଗଲା। ଆଜି ସେ କେବଳ ଆତ୍ମନିର୍ଭରଶୀଳ ହୋଇପାରିନାହାନ୍ତି ବରଂ ନିଜର ଗୋଟିଏ ଘର ମଧ୍ୟ କିଣିପାରିଛନ୍ତି। ହୁନର୍‍ ହାଟରେ ମୋଦୀ ଅନ୍ୟ କାରିଗରଙ୍କୁ ଭେଟିବା ସହ ସେମାନଙ୍କ ସହ କଥା ହୋଇଥିବା କହିଥିଲେ। ‘ମନ୍‍ କି ବାତ୍‍’ରେ ସେ କହିଛନ୍ତି, ହୁନର୍‍ ହାଟରେ ଅଂଶଗ୍ରହଣ କରିଥିବା କାରିଗରମାନଙ୍କ ମଧ୍ୟରୁ ପଚାଶ ପ୍ରତିଶତରୁ ଅଧିକ ମହିଳା ଏବଂ ବିଗତ ତିନିବର୍ଷ ଧରି ହୁନର୍‍ ହାଟ ମାଧ୍ୟମରେ ପାଖାପାଖି ତିନିଲକ୍ଷ କାରିଗରଙ୍କୁ ରୋଜଗାରର ଅନେକ ସୁଯୋଗ ମିଳିଛି। ହୁନର୍‍ ହାଟ କଳାର ପ୍ରଦର୍ଶନ ପାଇଁ ତ ଗୋଟିଏ ମଞ୍ଚ, ତା’ସହ ଏହା ଲୋକଙ୍କ ସ୍ୱପ୍ନକୁ ମଧ୍ୟ ବାସ୍ତବିକତାରେ ପରିଣତ କରୁଛି। ଏହା ଏପରି ଏକ ଜାଗା ଯେଉଁଠି ଏ ଦେଶର ବିବିଧତାକୁ ଅଣଦେଖା କରିବା ଅସମ୍ଭବ। ଶିଳ୍ପକଳା ତ ରହିଛି, ତା’ ସଙ୍ଗେ ସଙ୍ଗେ ରହିଛି ଆମମାନଙ୍କ ଖାଦ୍ୟପେୟର ବିବିଧତା। ସେଠାରେ ଗୋଟିଏ ଧାଡ଼ ିରେ ଇଡଲି-ଦୋସା, ଛୋଲେ-ଭଟୁରେ, ଦାଲ୍‍-ବାଟି, ଖମଣ୍‍ଖାଣ୍ଡୱି କେଜାଣି କେତେ କ’ଣ ଥିଲା। ମୁଁ ନିଜେ ସେଠାରେ ବିହାରର ସୁସ୍ୱାଦୁ ଲିଟି-ଚୋଖା ଖାଇବାର ଭରପୂର ମଜା ନେଇଥିବା ମୋଦୀ କହିଛନ୍ତି।

- Advertisement -

ସେ କହିଛନ୍ତି, ଭାରତର ପ୍ରତ୍ୟେକ ଅଞ୍ଚଳରେ ଏଭଳି ମେଳା ତଥା ପ୍ରଦର୍ଶନୀଗୁଡ଼ିକର ଆୟୋଜନ ଚାଲିଥାଏ। ଭାରତକୁ ଜାଣିବା ପାଇଁ, ଭାରତକୁ ଅନୁଭବ କରିବା ପାଇଁ ଯେତେବେଳେ ବି ସୁଯୋଗ ମିଳେ ଏହାର ସମସ୍ତେ ସଦୁପଯୋଗ କରିବା ଉଚିତ। ଏହା ‘ଏକ ଭାରତ ଶ୍ରେଷ୍ଠ ଭାରତ’କୁ ଅନ୍ତରଙ୍ଗ ଭାବେ ଅନୁଭବ କରିବାର ସୁଯୋଗ ଦେଇଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆପଣ ଯେ କେବଳ ଦେଶର କଳା ଓ ସଂସ୍କୃତି ସହ ଯୋଡ଼ିହେବେ ସେ କଥା ନୁହେଁ, ବରଂ ଆପଣ ଦେଶର ପରିଶ୍ରମୀ କାରିଗରମାନଙ୍କର, ବିଶେଷକରି ମହିଳାମାନଙ୍କ ସମୃଦ୍ଧିରେ ମଧ୍ୟ ନିଜର ଯୋଗଦାନ କରିପାରିବେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories