www.samajalive.in
Sunday, December 7, 2025
26.1 C
Bhubaneswar

ମହାରାଷ୍ଟ୍ରରେ ପାକିସ୍ତାନ ଉପରେ ପୁଣି ବର୍ଷିଲେ ମୋଦୀ; କହିଲେ ଦୋଷୀଙ୍କୁ ଦଣ୍ଡଦେବେ ଯବାନ

ମୁମ୍ବାଇ: ପାକିସ୍ତାନ ଉପରେ ପୁଣି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୋଦୀ ପାକିସ୍ତାନକୁ ଆତଙ୍କବାଦର ଦେଶ ବୋଲି କହିଛନ୍ତି। ଆତଙ୍କବାଦର ଅନ୍ୟନାମ ପାକିସ୍ତାନ ବୋଲି ମୋଦୀ କହିବା ସହ ଆତଙ୍କବାଦୀଙ୍କୁ ଦେଶ ପ୍ରୋତ୍ସାହନ କରୁଥିବାରୁ କଡ଼ା ସମାଲୋଚନା କରିଛନ୍ତି। ମହାରାଷ୍ଟ୍ରର ପନ୍ଦରକାୱଡ଼ାଠାରେ ଅନୁଷ୍ଠିତ ସଭାରେ ମୋଦୀ ଯୋଗଦେଇ ଏହା କହିଥିଲେ। ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ, ଏଥିପାଇଁ ଆତଙ୍କବାଦୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ। ଦୋଷୀମାନଙ୍କୁ କେମିତି, କେତେବେଳେ, କେଉଁଠି ଏବଂ କି ପ୍ରକାର ଦଣ୍ଡ ଦିଆଯିବ ତାହା ଯବାନମାନେ ନିଷ୍ପତ୍ତି ନେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।  କାର୍ଯ୍ୟକ୍ରମ ଅବସରରେ ମୋଦୀ ଶହୀଦ ୪୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ରାଜ୍ୟପାଳ ସି.ଏଚ. ବିଦ୍ୟାସାଗର ରାଓ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ହଂସରାଜ ଅହିର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫହନବିସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories