www.samajalive.in
Sunday, December 7, 2025
26.1 C
Bhubaneswar

ଝାଡ଼ଖଣ୍ଡରେ ମୋଦୀଙ୍କ ପ୍ରଚାର; କହିଲେ ସଙ୍କଳ୍ପ ପୂରା କରେ ବିଜେପି

ରାଞ୍ଚି: ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଚଳାଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଡାଲ୍ଟନଗଞ୍ଜରେ ସୋମବାର ଦଳୀୟ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇ ଏକ ରାଲିକୁ ସମ୍ବୋଧିତ କରିଛନ୍ତି। ମୋଦୀ କହିଛନ୍ତି, ଆଜି ଯଦି ସାରା ଦେଶରେ ପଦ୍ମ ଫୁଟିଛି, ତେବେ ଏହା ପଛରେ ଏଠାକାର ଜନସାଧାରଣଙ୍କ ବଡ଼ ଭୂମିକା ରହିଛି। ଏଠାକାର ଆଦିବାସୀ ସମାଜ, ପଛୁଆ, ଦଳିତ, ବ୍ୟବସାୟୀ ସବୁ ବର୍ଗର ଲୋକ ବିଜେପି ସହିତ ଛିଡ଼ା ହୋଇରହିଛନ୍ତି।

ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭଗବାନ ରାମଙ୍କ ଜନ୍ମଭୂମି, ଅଯୋଧ୍ୟା ବିବାଦକୁ କଂଗ୍ରେସ ଦଶନ୍ଧି ଦଶନ୍ଧି ଧରି ଝୁଲାଇ ରଖିଥିଲେ। କଂଗ୍ରେସ ଚାହିଁଥିଲେ ଏହାର ସମାଧାନ କରିପାରିଥାନ୍ତା। କିନ୍ତୁ କଂଗ୍ରେସ ଏଭଳି କଲାନାହିଁ। କଂଗ୍ରେସ ନିଜର ଭୋଟ ବ୍ୟାଙ୍କ କଥା ଚିନ୍ତା କଲା। କଂଗ୍ରେସର ଏପରି ଚିନ୍ତାଧାରା ଯୋଗୁ ଦେଶ ଏବଂ ସମାଜର କ୍ଷତିସାଧନ ହେଲା। ମାତ୍ର ବିଜେପି ଯଦି କୌଣସି ସଙ୍କଳ୍ପ ନିଏ, ତେବେ ତାହାକୁ ପୂରା କରିଥାଏ। ଗରିବ-ଆଦିବାସୀ-ପଛୁଆ ବର୍ଗ, ଦେଶ ପାଇଁ ବଞ୍ଚୁଥିବା ସମସ୍ତ ବ୍ୟକ୍ତିଙ୍କ ସମ୍ମାନ, ମର୍ଯ୍ୟାଦା ଏବଂ ସାମାଜିକ ନ୍ୟାୟ ବିଜେପିର ପ୍ରାଥମିକତା ବୋଲି ମୋଦୀ କହିଥିଲେ। ମୋଦୀ ଆହୁରି କହିଥିଲେ, ଏଠାରେ ବିଜେପି ନେତୃତ୍ଵରେ ଏକ ସ୍ଥିର ଏବଂ ମଜଭୁତ ସରକାର ଗଠନ ହେବା ଜରୁରୀ। କାରଣ ଝାଡ଼ଖଣ୍ଡ ଯୁବାବସ୍ଥାରେ ରହିଛି। ବର୍ତ୍ତମାନ ରାଜ୍ୟକୁ ଯେଉଁ ନୂଆ ଦିଗ ମିଳିବ, ଝାଡ଼ଖଣ୍ଡର ଭବିଷ୍ୟତ ଉପରେ ତାହାର ବହୁତ ପ୍ରଭାବ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories