www.samajalive.in
Sunday, December 7, 2025
26.1 C
Bhubaneswar

କୁମ୍ଭ ମେଳା ସମାପ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁର ୨ୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦୁଇ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ପ୍ରକୋପ ବଢ଼ୁଥିବାବେଳେ ହସ୍ପିଟାଲଗୁଡ଼ିକରେ ଶଯ୍ୟା ଅଭାବ ପଡୁଛି। ଏଭଳି ସ୍ଥିତିରେ କୁମ୍ଭ ମେଳାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୀରବତା ଭାଙ୍ଗିଛନ୍ତି। କୁମ୍ଭ ମେଳାକୁ ସମାପ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦ ଗିରିଙ୍କୁ ଫୋନ କରି ଅନୁରୋଧ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଶନିବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି ଲେଖିଛନ୍ତି, ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦ ଗିରିଙ୍କ ସହ ଆଜି ଫୋନରେ କଥା ହୋଇଛି। ସମସ୍ତ ସନ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛି। ସମସ୍ତ ସନ୍ଥଗଣ ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରୁଛନ୍ତି। ଏଥିପାଇଁ ମୁଁ ସନ୍ଥମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛି ବୋଲି ମୋଦୀ ଲେଖିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ସନ୍ଥମାନଙ୍କୁ କୁମ୍ଭ ମେଳା ସମାପ୍ତ କରିବା ଲାଗି ଅନୁରୋଧ କରିଛନ୍ତି। ମୋଦୀ ଟ୍ବିଟରେ ଲେଖିଛନ୍ତି, ମୁଁ ପ୍ରାର୍ଥନା କରିଛି ଯେ, ଦୁଇଟି ଶାହୀ ସ୍ନାନ ହୋଇସାରିଛି ଏବଂ ଏବେ କୁମ୍ଭ ମେଳାକୁ କରୋନା ସଙ୍କଟ ସମୟରେ ପ୍ରତୀକାତ୍ମକ ଭାବେ ପାଳନ କରାଯାଉ। ଯାହାଫଳରେ ଏହି ସଙ୍କଟ ସମୟରେ ଲଢ଼େଇକୁ ଅଧିକ ଶକ୍ତି ମିଳିବ ବୋଲି ମୋଦୀ କହିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories