www.samajalive.in
Wednesday, December 10, 2025
14.1 C
Bhubaneswar

ନିଆରା ଢଙ୍ଗରେ ପ୍ରିୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦେଲେ ଶିଷ୍ୟ

ମାଲକାନଗିରି: ଶିକ୍ଷକ ପ୍ରତାପ ଚନ୍ଦ୍ର ରାୟ ମାଲକାନଗିରି ଜିଲା ମଙ୍ଗଳ ବିଭାଗ ଅଧିନରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଗତ ୧୯୯୩ ମସିହାରେ ମାଲକାନଗିରି ଜିଲା ମାଓପ୍ରବଣ ମହୁପଦର ହାଇସ୍କୁଲରେ କାର୍ଯ୍ୟରେ ଯୋଗ ଦେଇଥିଲେ । ମାଓପ୍ରବଣ ଅଂଚଳରେ ପ୍ରାୟତଃ ଅଧିକାରୀ କାମ କରିବାକୁ ଭୟ କରୁଥିବା ବେଳେ ସେସବୁକୁ ଖାତିର ନକରି ନିଜ କର୍ମ କରିଥିଲେ ପ୍ରତାପ ଚନ୍ଦ୍ର । ତାଙ୍କ ପାଖରେ ଶିକ୍ଷାଲାଭ କରିଥିବା ପ୍ରାୟ ଆଠଶହରୁ ଉର୍ଦ୍ଧ୍ବ ଶିଷ୍ୟ ବର୍ତ୍ତମାନ ବିଭିନ୍ନ ପଦପଦବୀରେ ଅବସ୍ଥାପିତ । ଜିଲା ର ବିଭିନ୍ନ ବିଦ୍ୟାଳୟରେ ନିଜ କର୍ତ୍ତବ୍ୟ ସଂପାଦନ କରିବା ସହ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ସହଯୋଗ ମଧ୍ୟ କରିଛନ୍ତି ।

ଯେଉଁଥିପାଇଁ ଜନସାଧାରଣଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛନ୍ତି ରାୟ ସାର । ଗତକାଲି ଥିଲା ତାଙ୍କ ଚାକିରି ଜୀବନର ଶେଷ ଦିବସ । ଏହି ଖବର ପାଇ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଶିଷ୍ୟ ଆସି ପହଂଚିଥିଲେ ପାଙ୍ଗାମ ହାଇସ୍କୁଲରେ,  ଆଉ ଏହାକୁ ସ୍ମରଣୀୟ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ ପୁରାତନ ଛାତ୍ର ।

- Advertisement -

ସୁସଜ୍ଜିତ ତୋରଣ , ଝୋଟି ,ବାଣ  ସହ ଫୁଲ ରେ ସୁସଜ୍ଜିତଗାଡି ଏହା ସହିତ ବାଜାବାଜଣା କୁ ଦୁରୁଆ ସଂପ୍ରଦାୟ ର ନିଆରା ନୃତ୍ୟ । ଏକ ବାହାଘର ପଟୁଆର ର ଭ୍ରମ ସୃଷ୍ଟି କରିଥିଲା ପାଙ୍ଗାମ ଗ୍ରାମରେ । ପୁରାତନ ଶିଷ୍ୟ ଙ୍କ ସମେତ ବିଭିନ୍ନ ସ୍ଥାନରେ ପ୍ରତାପ ରାୟ ଙ୍କ ସହ କାମ କରିଥିବା ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories