www.samajalive.in
Sunday, December 7, 2025
18.1 C
Bhubaneswar

ମିଶନ୍ ସାଇକି – ଜାଣନ୍ତୁ କ’ଣ

ସମ୍ପ୍ରତି ନାସା ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ମିଶନ୍। ଧାତୁ ସମୃଦ୍ଧ ଗ୍ରହାଣୁ ‘ସାଇକି’ ଉପରେ ଏହି ଅଧ୍ୟୟନ କରିବା ନିମନ୍ତେ ବୈଜ୍ଞାନିକଦଳ ଅକ୍ଟୋବର ୧୨ତାରିଖରେ ‘ମିଶନ୍ ସାଇକି’ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୌରମଣ୍ଡଳରେ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ମୁଖ୍ୟ ଗ୍ରହାଣୁ ବେଲ୍ଟରେ ଅବସ୍ଥିତ ସାଇକିର ବ୍ୟାସ ପ୍ରାୟ ୨୨୬ କି.ମି। ଏହି ମୂଲ୍ୟବାନ୍ ଧାତୁ ସମ୍ପନ୍ନ ଗ୍ରହାଣୁରେ ଲୌହ, ନିକେଲ ସମେତ ୭୦୦ ଡଲାର କ୍ବିଣ୍ଟିଲିୟନ୍ ମୂଲ୍ୟର ସୁନା ରହିଛି। ତେବେ ଏଭଳି ଅନୁସନ୍ଧାନ ପୂର୍ବରୁ ନାସା ଦ୍ବାରା ‘ବେନ୍ନୁ ଗ୍ରହାଣୁ’ ଉପରେ କରାଯାଇଥିଲା, ଯାହା ପୃଥିବୀର ନିକଟବର୍ତ୍ତୀ ହେଲେ ବିପଜ୍ଜନକ ବୋଲି ଗବେଷକଦଳ ପୂର୍ବରୁ ଜଣାଇଛନ୍ତି।

ଗ୍ରହାଣୁ ସାଇକି ଜଣାଇବ ସୌର ପ୍ରଣାଳୀର ଉତ୍ପତ୍ତି:
ରାଡାର ଏବଂ ଅପ୍ଟିକାଲ ଟେଲିସ୍କୋପ ଦ୍ବାରା ପ୍ରାପ୍ତ ତଥ୍ୟ ଉପରେ ଆଧାର କରି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ ସାଇକି ଗ୍ରହାଣୁର ଧାତୁ ସମୃଦ୍ଧ ଭିତରର ଅଂଶ ହୋଇପାରେ। ଏହାର ଘନତା ଦର୍ଶାଉଛି କଠିନ ଧାତୁରେ ଗ୍ରହାଣୁ ନିର୍ମିତ ହୋଇନାହିଁ। ଗବେଷକଙ୍କ ଅନୁମାନ ଏଥିରେ ପଥର ସାମଗ୍ରୀ, ବାଲି କାଚ ଭଳି ପଦାର୍ଥ ଥାଇପାରେ। ମିଶନ୍ ସାଇକି ମାଧ୍ୟମରେ ସୌରମଣ୍ଡଳର ଇତିହାସ ସମ୍ପର୍କରେ ବିଭିନ୍ନ ରୋଚକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି। ଅନୁଧ୍ୟାନରୁ ପ୍ରକାଶିତ ମଙ୍ଗଳ, ଶୁକ୍ର ଏବଂ ପୃଥିବୀରେ ଥିବା ପଥରଗୁଡ଼ିକ ଲୌହ ଅକ୍ସାଇଡରେ ପରିପୂର୍ଣ୍ଣ ଥିବାବେଳେ ସାଇକି ପୃଷ୍ଠରେ ଏପରି ରାସାୟନିକ ଯୌଗିକର ଅଧିକ ଅଂଶ ନାହିଁ।

- Advertisement -

ନାମକରଣ ପଛରେ ବୃତ୍ତାନ୍ତ:
ସାଇକି ଗ୍ରହାଣୁ ସୂର୍ଯ୍ୟଙ୍କ ଠାରୁ ୩୭.୮ କୋଟିରୁ ୪୯.୭କୋଟି କିଲୋମିଟର ମଧ୍ୟରେ ଅବସ୍ଥିତ। ଏହି ଅଭିଯାନରେ ମହାକାଶଯାନ ଉତ୍‌କ୍ଷେପଣ ହେବା ପରେ ୨୦୨୯ରେ ଗ୍ରହାଣୁ କକ୍ଷପଥରେ ପହଞ୍ଚି ଏହାର ଉପାଦାନଗୁଡିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ଅଧ୍ୟୟନ କରିବ। ୧୮୫୨ ମାର୍ଚ୍ଚ ୧୭ରେ ସାଇକି ଗ୍ରହାଣୁ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଆନିବାଲେ ଦେ ଗାସପାରିସଙ୍କ ଦ୍ବାରା ଆବିଷ୍କୃତ ହୋଇଥିଲା। ଗ୍ରୀକ୍ ଦେବୀଙ୍କ ନାମରେ ନାମିତ ଏହି ଗ୍ରହାଣୁ ସୂର୍ଯ୍ୟଙ୍କୁ ପରିକ୍ରମା କରିବା ପାଇଁ ୫ ବର୍ଷ ସମୟ ଲାଗେ।

ମିଳିପାରେ ରୋଚକ ତଥ୍ୟ:
ମହାକାଶଯାନର ମ୍ୟାଗ୍ନେଟୋମିଟର ଗ୍ରହାଣୁ ସାଇକି ଉପରେ ଏକ ପ୍ରାଚୀନ ଚୁମ୍ବକୀୟ କ୍ଷେତ୍ରର ପ୍ରମାଣ ଖୋଜିବ। କକ୍ଷପଥର ଗାମା-ରେ ଏବଂ ନିଉଟ୍ରନ୍ ସ୍ପେକ୍ଟ୍ରୋମିଟର ବୈଜ୍ଞାନିକମାନଙ୍କୁ ଗ୍ରହାଣୁ ଗଠନ କରୁଥିବା ରାସାୟନିକ ଉପାଦାନ ନିର୍ଣ୍ଣୟ ସହ ଏହା କିପରି ସୃଷ୍ଟି ହେଲା, ତାହା ଭଲ ଭାବରେ ତଥ୍ୟ ଯୋଗାଇବାରେ ସାହାଯ୍ୟ କରିବ ଓ ମହାକାଶଯାନର ମଲ୍ଟିସ୍ପେକ୍ଟ୍ରାଲ୍ ଇମେଜର୍ ସାଇକିରେ ଖଣିଜ ତତ୍ତ୍ବ ସଂରଚନା ବିଷୟରେ ସୂଚନା ଦେବ। ଗବେଷକ ଦଳ ରେଡିଓ ତରଙ୍ଗକୁ ବିଶ୍ଳେଷଣ କରି ମାପ କରିପାରିବେ ଯେ ମହାକାଶଯାନର କକ୍ଷପଥରେ ଗ୍ରହାଣୁ ସାଇକି କିପରି ପ୍ରଭାବ ପକାଇଥାଏ। ତା’ ସହ ଗ୍ରହାଣୁ ଭିତର ଗଠନ ବିଷୟରେ ଅତିରିକ୍ତ ଜ୍ଞାନ ବି ପ୍ରଦାନ କରିବ। ନାସା ଗବେଷକଙ୍କ ଦ୍ବାରା ଆବିଷ୍କାର କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସାଇକି ହେଉଛି ୧୪ତମ ମିଶନ୍, ଯାହା ଆଲାବାମାର ମାର୍ଶଲ ସ୍ପେସ୍ ଫ୍ଲାଇଟ୍ ସେଣ୍ଟର ଦ୍ୱାରା ପରିଚାଳିତ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories