ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକ ଏକ କାର ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ସୂଚନା ଅନୁସାରେ, ପୀଡ଼ିତା ନାବାଳିକା ଜଣକ ନବମ ଶ୍ରେଣୀରେ ପଢ଼ନ୍ତି। ସେ ଗଣେଶ ପୂଜା ଭସାଣି ଦେଖିବା ପାଇଁ ନିଜ ଭଉଣୀ ଘରକୁ ଆସିଥିଲେ। ୫ ତାରିଖ ଦିନ ନାବାଳିକା ଜଣକ ବାହାରକୁ ଆସିଥିବାବେଳେ ଅଭିଯୁକ୍ତ ଯୁବକ ତାଙ୍କୁ କାରରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ଫେରାର ରହିଛି।



