ଭୁବନେଶ୍ବର : କରୋନା ଭୂତାଣୁ(କୋଭିଡ଼-୧୯) ସଂକ୍ରମଣ ମୁକାବିଲା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍ ଡ଼ାଉନ୍ କରାଯାଇଥିବା ପରିପ୍ରେକ୍ଷୀରେ ଲୋକମାନଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨, ୮୫, ୫୫୬ ପରିବାରର ୩, ୨୪, ୭୦, ୪୯୯ ଜଣ ହିତାଧିକାରୀ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧, ୧୬, ୦୦୭ ପରିବାରର ୩, ୭୮,୮୨୯ ଜଣ ହିତାଧିକାରୀଙ୍କୁ ଆଗୁଆ ତିନି ମାସର ରେସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ତିନି ମାସ ପାଇଁ ଓ କାର୍ଡ଼ ପିଛା ଏକ କେଜି ହରଡ଼ ଡ଼ାଲି ତିନି ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ କଡ଼ା କଡ଼ି ଭାବେ ଲାଗୁ କରାଯାଇ ବଜାରରେ ଖାଦ୍ୟଶସ୍ୟ ଓ ଅତ୍ୟାବସ୍ୟକ ଦରକୁ ନିୟନ୍ତ୍ରଣରେ ରଖାଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ରୁ ଅପ୍ରେଲ ୧୨ତାରିଖ ମଧ୍ୟରେ ୨୧,୭୫୪ଟି ପରିବାରର ୫୯,୬୧୨ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି ଏବଂ ଏହି ପ୍ରକ୍ରିୟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି।
ଆଜି ଅପରାହ୍ନରେ ଭାରତ ସରକାରଙ୍କ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ବାରା ଆୟୋଜିତ ଭିଡ଼ିଓ କନଫରେନ୍ସିଂ ବୈଠକରେ କେନ୍ତ୍ରମନ୍ତ୍ରୀ ଶ୍ରୀ ରାମବିଳାସ ପାଶ୍ବାନ ଅଧ୍ୟକ୍ଷତା କରିଥିଲେ। ଲୋକସେବା ଭବନଠାରେ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ସ୍ବାଇଁ କୋଭିଡ଼-୧୯ର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥା ହେଲେ ରାଜା ସ୍ବାଇଁ
Popular Categories



